Bikash Khabar
Sumanta-pradhan-sells-village-farmers-product-in-new-accent

  ନିଜେ ସ୍ୱାବଲମ୍ବୀ ହେବା ସହ ଗାଁ ଚାଷୀଙ୍କ ଉତ୍ପାଦ ବିକ୍ରୀରେ ସହୟତାର ହାତ ବଢାଇ ଦେଇଛନ୍ତି ନୟାଗଡ଼ ଜିଲ୍ଲାର ଜଣେ ୨୨ ବର୍ଷର ଯୁବକ ସୁମନ୍ତ ପ୍ରଧାନ । ସୁମନ୍ତ ନୟାଗଡ଼ ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ଠାରୁ ଛେନା କିଣି ନିଜେ ତିଆରି କରୁଛନ୍ତି ସ୍ୱାଦିଷ୍ଟ ଛେନା ପୋଡ଼ । ଦ୍ୱାର ମୁହଁରେ ଛେନା ପୋଡ଼ ପହଂଚାଇ ଦେବାର ସେବା ଯୋଗାଉଥିବା ସୁମନ୍ତଙ୍କୁ ରାଜଧାନୀର ବିଭିନ୍ନ ଜନ ଗହଳିପୂର୍ଣ୍ଣ ଛକରେ ଛେନା ପୋଡ଼ ବିକ୍ରୀ କରୁଥିବା ଦେଖାଯାଉଛି । ଗୋଟିଏ ଟେବୁଲ ଉପରେ ଛେନା ପୋଡ଼କୁ ସଜାଇ ସେ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଆମ ଗାଁ ଚାଷୀ ହାତ ତିଆରି ପଡ଼କ୍ଟ ଲେଖାଥିବା ସୁମନ୍ତଙ୍କ ଏକ ବ୍ୟାନର ଗ୍ରାହକଙ୍କୁ ଅଟକାଇ ଦିଏ । ସହରବାସୀଙ୍କୁ ଗାଁ ସ୍ମୃତି ମନେପକାଇ ଦିଏ ତାଙ୍କର ଏହି ଛୋଟ ବ୍ୟାନର । ଗ୍ରାହକ ଅଟକିଲେ ସୁମନ୍ତଙ୍କ ବ୍ୟବସାୟ ହୁଏ । ଛେନା ପୋଡ଼ର ମିଠା ଠାରୁ ସୁମନ୍ତଙ୍କ ବ୍ୟବସାୟ ହୁଏ । ଛେନା ପୋଡ଼ର ମିଠା ଠାରୁ ସୁମନ୍ତଙ୍କ ବ୍ୟବହାରର ମିଠା ଗ୍ରାହକଙ୍କୁ ଆକର୍ଷିତ କରୁଥିବା ଅନୁଭବ ହୋଇଥିଲା ।

ବ୍ୟାନରର ଧାଡ଼ିଟିଏ ଲେଖା ତାଙ୍କର ବ୍ୟବସାୟକୁ ଆକର୍ଷଣୀୟ ଢଙ୍ଗରେ ଗ୍ରାହକଙ୍କ ନିକଟରେ ପହଂଚାଇ ଦେଇଛି ବୋଲି କିଛି ଗ୍ରାହକ କହିଛନ୍ତି । 

18/08/2018

Leave a Reply

Your email address will not be published. Required fields are marked *

Comments