Bikash Khabar
ବାର୍ଦ୍ଦକ୍ୟ ଭତ୍ତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

କେନ୍ଦ୍ରସରକାର ୬୦ ବର୍ଷରୁ ୭୯ ବର୍ଷର ବୃଦ୍ଧ ବୃଦ୍ଧାଙ୍କୁ ମାସିକ ୨୦୦ ଟଙ୍କା ଭତ୍ତା ଦେଉଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାଙ୍କୁ ମାସିକ ୫୦୦ ଟଙ୍କାର ଭତ୍ତା ଦେଇଥାନ୍ତି । କେନ୍ଦ୍ର ସରକାରଙ୍କ ଏହି ଭତ୍ତା ରାଶି ସହିତ ରାଜ୍ୟ ସରକାରମାନେ ଅଧିକ କିଛି ଅର୍ଥ ମିଶାଇ ଦେଉଛନ୍ତି । ତେବେ ଏହି ଭତ୍ତା ଅର୍ଥ ସେମାନଙ୍କ ଆବଶ୍ୟକତା ତୁଲାଇ ପାରୁନି । ବୟସାଧିକ୍ୟଙ୍କ ଭତ୍ତା ଅର୍ଥ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ବୃଦ୍ଧ ଓ ବୃଦ୍ଧାଙ୍କର ଆବଶ୍ୟକ ସେବା ଓ ଯତ୍ନ ନିଆଯିବା ଦରକାର । କିନ୍ତୁ ବୟସର ଅପରାହ୍ନରେ ପହଂଚିଥିବା ବରିଷ୍ଠ ନାଗରିକମାନେ ପରିବାର ଓ ସମାଜରୁ କ୍ରମଶଃ ଅଲୋଡ଼ା ହୋଇଯାଉଛନ୍ତି । ସେମାନଙ୍କ ନିକଟରେ ସଂଚିତ ଅର୍ଥ ନଥିବାରୁ ଏବଂ ରୋଗ ସହିତ ପାରିବାରିକ ସହଯୋଗ ନମିଳିବାରୁ ଉଭୟ ନଗରାଂଚଳ ଓ ଗ୍ରାମାଂଚଳରେ ବରିଷ୍ଠ ନାଗରିକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ।
ଖଣ୍ଡପୀଠ କହିଥିଲେ ଯେ ୨୦୦୭ରେ ଶେଷଥର ପାଇଁ ପେନସନ୍ ଯୋଜନାରେ ଅର୍ଥ ପରିମାଣ ସଂଶୋଧିତ ହୋଇଥିଲା । ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଏଥିରେ ଦୃଷ୍ଟି ଦେବା ଆବଶ୍ୟକ । 
 

14/12/2018

Leave a Reply

Your email address will not be published. Required fields are marked *

Comments