Bikash Khabar
ଚା ଦୋକାନୀ ପାଲଟିଛନ୍ତି ଗୁରୁ, ଆରମ୍ଭ କରିଛନ୍ତି ଓଡ଼ିଶାରେ ସୁପର ଟ୍ୱେଣ୍ଟି

  ଦେଶର ବିଭିନ୍ନ ଅଂଚଳର ଚା ଦୋକାନୀଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ଚର୍ଚ୍ଚା ଚାଲିଥିବାବେଳେ ଏଥିରେ ଯୋଡ଼ି ହୋଇଯାଇଛନ୍ତି ଆଉ ଜଣେ ଚା ବିକାଳୀ । ସିଏ ହେଉଛନ୍ତି ଝାରଖଣ୍ଡ ଦେଓଘର ଅଂଚଳର ଅଜୟ ବାହାଦୁର ସିଂହ । ଡାକ୍ତର ହେବାର ସ୍ୱପ୍ନକୁ ହଜେଇ ଦେବା ପରେ ସେ ଅନ୍ୟ ମାନଙ୍କୁ ଡାକ୍ତରୀ କରାଇବାର ନିଶାରେ ଲାଗି ଯାଇଛନ୍ତି । ନିଜର ଆର୍ଥିକ ସ୍ଥିତି ଡ଼ାକ୍ତରୀ ପଢିବାରେ ବାଧକ ସାଜିଥିଲା । ୨୦୧୦ରେ ଅଜୟ ଡ଼ାକ୍ତରୀ କୋଚିଂ ପାଇଁ ଜିନ୍ଦେଗୀ ନାମରେ ସଂଗଠନ ଟିଏ ଖୋଲିଲେ । ୨-୩ ଜଣ ଛାତ୍ରଛାତ୍ରୀ ଆସିଲେ ଏବଂ ସେମାନେ ୨୦୧୨ରେ ସଫଳ ମଧ୍ୟ ହେଲେ । ଚଳିତ ବର୍ଷ ୧୮ଜଣ ଛାତ୍ରଛାତ୍ରୀ ମେଡ଼ିକାଲ ପ୍ରବେଶିକାରେ ସଫଳତା ସାଉଁଟିଛନ୍ତି ।

ଅଜୟ ୨୦ ଜଣ ଛାତ୍ରଙ୍କୁ ମେଡ଼ିକାଲ ପାଇଁ ପ୍ରସ୍ତୁତି କରିବାର ଦାୟିତ୍ୱ ନେଇଥାନ୍ତି । ସୁପର-୩୦ ନମୁନାରେ ଉତ୍ସାହିତ ହୋଇ ସେ ଆରମ୍ଭ କରିଛନ୍ତି ସୁପର ଟ୍ୱେଣ୍ଟି । ୨୦ ଜଣ ପିଲାଙ୍କ ରହିବା ଓ ଖାଇବା ବ୍ୟବସ୍ଥା ଅଜୟ ଦେଖନ୍ତି । ସୁପର ୩୦ର ଆନନ୍ଦ କୁମାରଙ୍କ ପ୍ରେରଣାରେ ସେ ଏପରି ଉଦ୍ୟମ ଆରମ୍ଭ କରିଛନ୍ତି । ପୁରୀ ଜଗନ୍ନାଥ ମନ୍ଦିର ନିକଟରେ ଫୁଲ ବିକ୍ରେତାଙ୍କ ଝିଅ ଟ୍ୱିଙ୍କଲ ସାହୁ ଅଜୟଙ୍କ ପ୍ରେରଣା ଓ ମାର୍ଗ ଦର୍ଶନରୁ ମେଡ଼ିକାଲ ପ୍ରବେଶିକାରେ ସଫଳତା ପାଇ ପାରିଥିବା କହିଛନ୍ତି । 

03/07/2018

Leave a Reply

Your email address will not be published. Required fields are marked *

Comments