Bikash Khabar
ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍,ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ସୁବିଧା

କୋଭିଡ ୧୯ ମହାମାରୀ ପାଇଁ ଅଣ କୋଭିଡ ରୋଗୀ ମାନେ ଡାକ୍ତରଖାନା କୁ ଆସିବାକୁ ଡରୁଛନ୍ତି। ଅନେକ କ୍ଷେତ୍ରରେ ଆସିଲେ ମଧ୍ୟ ସେବା ପାଇପାରୁ ନାହାନ୍ତି ଏବେ ଡାକ୍ତରଖାନାକୁ ଆସି ଟେଲି ମେଡିସିନ ସେବା ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ।  ଗୁରୁବାର  ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚସ୍ତରୀୟ ବୈଠକ କରି ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏହି ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୪୧ଟି ସ୍ଥାନରେ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦ ତାରିଖରୁ ଏହି ସ୍ବାସ୍ଥ୍ୟ ସେବା ଆରମ୍ଭ ହେବ। ଟେଲି ମେଡିସିନ୍ସେବା ଦ୍ବାରା ରୋଗୀ ଫୋନ୍ମାଧ୍ୟମରେ ଡାକ୍ତରଙ୍କ ସହ ସିଧା ସଳଖ ଯୋଗାଯୋଗ କରିପାରିବେ ରୋଗର ଉପଚାର ମଧ୍ୟ ହୋଇପାରିବ।ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ୍କହିଛନ୍ତି, ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡିକାଲ୍କଲେଜ୍, ରାଉରକେଲା ଆଇଜିଏଚ୍, ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍, କଟକ ସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତ୍ତର କର୍କଟ ପ୍ରତିଷ୍ଠାନ ଶିଶୁଭବନରେ ଉପଲବ୍ଧ ହେବ। ଜିଲ୍ଲା ହସ୍ପିଟାଲ୍ଗୁଡ଼ିକରେ ଏହି ଓପିଡି ସେବା ସମୟ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମେଡିକାଲ୍କଲେଜ୍ଗୁଡ଼ିକରେ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ। ଏହି ଟେଲି ମେଡିସିନ୍ସେବା ଆରମ୍ଭ କରିବା ପାଇଁ ଓକାକ୍ତରଫରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏଁ ମୋବାଇଲ୍ସେଟ୍ଯୋଗାଇ ଦିଆଯାଇଛି। ମୋଟ ୮୨ଟି ସେଟ୍ସହିତ ସିମ୍କାର୍ଡ଼ ପ୍ରଦାନ କରାଯାଇଛି। ଫୋନ୍ନମ୍ବରଗୁଡ଼ିକ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏହି ସେବା ଆରମ୍ଭ ହେବା ଦିନ ହିଁ ଯୋଗାଇ ଦିଆଯିବ।

17/07/2020

Leave a Reply

Your email address will not be published. Required fields are marked *

Comments