Bikash Khabar
ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ 5T ସଚିବ

ରାଜଧାନୀ  ଏକାମ୍ର କ୍ଷେତ୍ର ଯୋଜନାର କାମ   ସୌନ୍ଦର୍ଯ୍ୟକରଣ କାମର ଅଗ୍ରଗତି ଦେଖିବା ପାଇଁ  ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ ସକାଳୁ ସକାଳୁ ସେ ଏକାମ୍ର କ୍ଷେତ୍ରରେ ପହଞ୍ଚିଥିଲେ ଉନ୍ନୟନମୂଳ ବିକାଶ କାମର ଅନୁଧ୍ୟାନ କରିଥିଲେ ତାଙ୍କ ସହ ଥିଲେ  ପୂର୍ତ୍ତ ସଚିବ କ୍ରିଷନ କୁମାର ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏକାମ୍ର କ୍ଷେତ୍ର ଯୋଜନାରେ ଚାଲିଥିବା କାମ ଅଗ୍ରଗତିର ସମୀକ୍ଷା ସହ ସୌନ୍ଦର୍ଯ୍ୟକରଣ ଯୋଗୁ ଉଚ୍ଛେଦ ହୋଇଥିବା ଦୋକାନୀଙ୍କ ଥଇଥାନ କାମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ ଟି ସଚିବ ଶୀଘ୍ର ବିକଳ୍ପ ରାସ୍ତାର ବିକାଶ ଆବର୍ଜନା ସଫା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଗତ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ପରିସରକୁ ଯାଇଥିଲେ ଏକାମ୍ର କ୍ଷେତ୍ର ଯୋଜନାରେ ଚାଲିଥିବା ବିକାଶମୂଳକ ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହିତ  5T ସଚିବ ମଧ୍ୟ ସେ ସମୟରେ ପରିଦର୍ଶନ କରିଥିଲେ ସୂଚନା ଯୋଗ୍ୟଯେ ଏବେ ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱ କାମ ଜୋରସୋରରେ ଚାଲିଛି 

07/12/2020

Leave a Reply

Your email address will not be published. Required fields are marked *

Comments