Bikash Khabar
କାର୍ଯ୍ୟକ୍ଷମ ହେଲା ଏମ୍‌ସର ସ୍ୱାସ୍ଥ୍ୟ ଆପ୍‌,ଫୋନ ରେ ଡାକ୍ତରୀ ପରାମର୍ଶ ନେଇପାରିବେ ରୋଗୀ

 ଗତ ୧୦ତାରିଖରେ ଏମ୍ସର ଓପିଡି ବା ବହିର୍ବିଭାଗକୁ ବନ୍ଦ କରି ଦିଆଯାଇଛି। ଏମ୍ସରେ ବହୁ ସଂଖ୍ୟାରେ ରୋଗୀ, ଡାକ୍ତର କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଓପିଡି ବନ୍ଦ ରଖିବା ଲାଗି କର୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ତେବେ ଏମ୍ସର ଟେଲି ମେଡିସିନ୍ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସ୍ବାସ୍ଥ୍ୟ ଆପ୍ପ୍ରସ୍ତୁତ କରାଯାଇଛି। ଆଜି ଏହି ଆପ୍ ସମ୍ବନ୍ଧରେ ଏମ୍ସର ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ଏକ ଭିଡିଓ ବାର୍ତା ଜରିଆରେ ସୂଚନା ଦେଇଛନ୍ତି। ଡା.ମହାନ୍ତି କହିଛନ୍ତି ଯେ, ଏହାକୁ ଗୁଗୁଲ ପ୍ଲେ ଷ୍ଟୋରୁ ଏମ୍ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍ଡାଉନଲୋଡ୍କରାଯାଇ ପାରିବ। ଡାଉନଲୋଡ୍କରିବା ପରେ ରୋଗୀ ଜଣକ ନିଜ ସଂପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ। ପରେ ସଂପୃକ୍ତ ବିଭାଗର ଡାକ୍ତର ରୋଗୀଙ୍କୁ ଫୋନ୍ କରି ସ୍ବାସ୍ଥ୍ୟ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବେ। ଯଦି ସଂପୃକ୍ତ ରୋଗୀଙ୍କ ଫୋନ୍ରେ ଇଣ୍ଟରନେଟ୍ ରହିଛି, ତାହାଲେ ଡାକ୍ତର ଭିଡିଓ କଲ୍ ଜରିଆରେ ମଧ୍ୟ ରୋଗୀଙ୍କ ସହିତ ଆଲୋଚନା କରିପାରିବେ। ପରେ ରୋଗୀଙ୍କ ପ୍ରେସ୍କ୍ରିପସନ୍ଲେଖିବେ। ଏହାସହ ରୋଗୀମାନେ ଟେଲି ମେଡିସନ୍ସେବାର ମଧ୍ୟ ସୁବିଧା ନେଇପାରିବେ। ଏମ୍ସର ଆଶୁ ଚିକିତ୍ସା ବିଭାଗର ନମ୍ବର ୮୨୮୦୩୪୬୬୭୪ କଣ୍ଟ୍ରୋଲ ରୁମ୍ ନଂ-୮୨୮୦୩୪୬୬୨୯ କୁଫୋନ୍ କରି ରୋଗୀମାନେ ୨୪ଘଣ୍ଟିଆ ସେବା ପାଇପାରିବେବୋଲି ଡା.ମହାନ୍ତି କହିଛନ୍ତି।

14/07/2020

Leave a Reply

Your email address will not be published. Required fields are marked *

Comments