Bikash Khabar
ଦେଶରେ ପ୍ରତ୍ୟେକ ଭାଗରେ ଟିକା ପହଞ୍ଚାଇବାକୁ ପ୍ରସ୍ତୁତ ହେଉଛନ୍ତି ବାୟୁସେନା

ଭାରତରେ କରୋନା ଟିକା ଶୀଘ୍ର ଆସିପାରେ। ଏଥିପାଇଁ ଏକ ବଡ଼ ଧରଣର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଯଥାଶୀଘ୍ର ଲୋକଙ୍କୁ ଏହି ଟିକା କିପରି ପହଞ୍ଚାଯିବ ସେନେଇ ସରକାର ବିଚାର କରୁଛନ୍ତି। ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ, ଭାରତୀୟ ବାୟୁସେନା ମଧ୍ୟ ଏଥିପାଇଁ ଅଣ୍ଟା ସଳଖିଲାଣି କୁହାଯାଉଛି ଯେ ଦେଶର ପ୍ରତ୍ୟେକ ଅଞ୍ଚଳରେ  କୋଭିଡ -୧୯ ଟିକା ପହଞ୍ଚାଇବା ପାଇଁ ବାୟୁସେନା ପରିବହନ ବିମାନର ସହାୟତା ନେବ। ତେବେ ଆଇଏଫ୍ କିମ୍ବା ସୈନ୍ୟବାହିନୀରୁ ଟିକା ବିତରଣ ତଥା ବିତରଣରେ ସହାୟତା କରିବାକୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅନୁରୋଧ କରାଯାଇନାହିଁ। ଟୀକା ପରିବହନ ସଂରକ୍ଷଣ ନେଇ ସରକାର ବିଭିନ୍ନ ବିକଳ୍ପ ଗୁଡିକ ବାବଦରେ ଆଲୋଚନା ଜାରି ରଖିଛନ୍ତି ଦେଶରେ ଟୀକା ବିତରଣ କୁ ପ୍ରଭାବୀ ଢଙ୍ଗରେ କରିବା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ କରିଥିବା ବେଳେ ରାଜ୍ୟସରକାର ମାନେ ଦିଗରେ ପ୍ରୟାସ ଜାରିରଖିଛନ୍ତି ବାୟୁସେନା ଙ୍କୁ ଟୀକା ପରିବହନ ରେ ଲଗାଯିବା ଶୁଣିବାକୁ ମିଳୁଛି

 

07/12/2020

Leave a Reply

Your email address will not be published. Required fields are marked *

Comments