Bikash Khabar
କରୋନା ମୁକାବିଲା ପାଇଁ ଅଢ଼େଇ କୋଟି ଦେଲେ ବାଗଚୀ ଦମ୍ପତି

 ରାଜ୍ୟ  ସ୍କିଲ୍ ଡେଭଲପମେଣ୍ଟ୍ ଅଥରିଟୀର ନିର୍ଦ୍ଦେଶକ ସୁବ୍ରତ ବାଗଚୀ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ନିର୍ଦ୍ଦେଶକ ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିଂକୁ କରୋନା ମୁକାବିଲା ପାଇଁ .୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ସୁବ୍ରତ ସୁସ୍ମିତା ବାଗଚୀ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ଅଢେଇ କୋଟି ଟଙ୍କାର ଚେକ୍ ପ୍ରଦାନ କରିଚନ୍ତି ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟ ସରକାର କରୋନା ଭାଇରସର ମୁକାବିଲା ତଥା ସାଧାରଣ ଜନତାଙ୍କୁ ଏହାର କବଳରୁ ମୁକୁଳାଇବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି ତେଣୁ ଏଥିରେ ସହଯୋଗ ତଥା ବଲାଙ୍ଗୀର ଜିଲ୍ଲାରେ କରୋନା ଭାଇରସର ମୁକାବିଲା ବାବଦରେ ସେ ମଧ୍ୟ କିଛି ସହାୟତା ରାଶି ପ୍ରଦାନ କରିଛନ୍ତି ସୂଚନାଯୋଗ୍ୟ, ସୁବ୍ରତ ବାଗଚୀ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଠାରେ  ଜନ୍ମଗ୍ରହଣ କରିଥିଲେ ସେହିପରି ସୁସ୍ମିତା ବାଗଚୀ ମଧ୍ୟ ବଲାଙ୍ଗୀର ଜିଲ୍ଲାର ଏହି ଛୋଟ ସହର ପାଟଣାଗଡ଼ ରେ  ନିଜର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ

06/06/2020

Leave a Reply

Your email address will not be published. Required fields are marked *

Comments