Bikash Khabar
ପରୀ ହତ୍ୟା ମାମଲାର ଏସ୍‌ଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାର ଏସ୍ଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ବିରୋଧୀ ଦଳର ନେତାମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ପରୀ ହତ୍ୟା ମାମଲାରେ ଜୋର ଧରୁଛି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ଯାଉଥିବା ଶୋଭାଯାତ୍ରାକୁ ବିଧାନସଭା ଆଗରେ ଅଟକାଇଥିଲା ପୋଲିସ। ଏହାପରେ ଆନ୍ଦୋଳନକାରୀ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା।ସେପଟେ ପରି ପିତାମାତା ସୁରକ୍ଷା ଅଭାବରୁ ଗାଁ ଛାଡିଛନ୍ତି। ସ୍ଥାନୀୟ ସରପଞ୍ଚ କହିଛନ୍ତି ପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକ ଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ଅରୁଣ ସାହୁ ଅରୁଣ ସାହୁ ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ପରି କୁ ନ୍ୟାୟ ମିଳିବନି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି ବିଜେପି କହିଛି ଯେ ପରି କୁ ନ୍ୟାୟ ମିଳିବା ଯାଏଁ  ଆନ୍ଦୋଳନ ଚାଲିବ ବିଜେପି ପକ୍ଷରୁ ନୟାଗଡ଼,ଭୁବନେଶ୍ୱର,ବାଲେଶ୍ୱର ଅନେକ ଅଞ୍ଚଳରେ ସିବିଆଇ ତଦନ୍ତ ଦାବୀକରଯାଇଛି

27/11/2020

Leave a Reply

Your email address will not be published. Required fields are marked *

Comments