Bikash Khabar
ସୃଜନଶୀଳତା ଓ ସଚେତନତା ର ବାର୍ତ୍ତା ବାଂଟୁଛି ଦୁର୍ଗା ପୁଜା ମଣ୍ଡପ

ଦେବୀ ମା ଦୁର୍ଗା ସାଜିଛନ୍ତି  ଡାକ୍ତର ପାଦ ତଳେ ଲୋଟିଛି କରୋନା ଅସୁର ଏଥର ଆଉ ଏହି ମହାମାରୀ ରକ୍ଷା ନାହିଁ  କରୋନା ହାରିବ ଏଭଳି ବିଶ୍ୱାସ ବାର୍ତ୍ତା ଦେଉଛି ପୂଜା ମଣ୍ଡପ ନବରାତ୍ରି ଆରମ୍ଭ ହୋଇଛି ଧରାବତରଣ କରିଛନ୍ତି ମା ବିଭିନ୍ନ ମଣ୍ଡପରେ ମାଁ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପ କେଉଁଠି ମା ପ୍ରବାସୀ ଶ୍ରମିକଙ୍କ ମାରୂପରେ କେଉଁଠି ଦଶଭୁଜା ରୂପରେ ଦୃଷ୍ଟଦଳନର ରୂପ ରେ ପୂଜିତ ହେଉଛନ୍ତି।ଦେଶର ସବୁଠୁ ଅଧିକ ଆକର୍ଷଣୀୟ ପୂଜା ମଣ୍ଡପ କୋଲକାତା ରେ ଦେଖିବାକୁ ମିଳିଥାଏ ଏହି ସହର ରେ ଏବେ ମା ଦୁର୍ଗା ଙ୍କ ଡାକ୍ତର ଅବତାର ଏବେ ସଚେତନତା ସୃଷ୍ଟି କରିବା ସହ ସୃଜନଶୀଳତା ପରିଚୟ ଦେଇଛି।ପ୍ରତିବର୍ଷ ଦୁର୍ଗା ପୂଜାରେ ପଶ୍ଚିମବଙ୍ଗର ପୂଜା ପଣ୍ଡାଲ ଚିନ୍ତାଧାରା, ସୃଜନଶୀଳତା ଏବଂ କଳା ଦୃଷ୍ଟିରୁ ସର୍ବୋତ୍ତମ ପ୍ରଦର୍ଶନ କରିଥାଏ। ଚଳିତବର୍ଷ କରୋନାଭାଇରସ୍ କାରଣରୁ ପ୍ରତିବନ୍ଧକ ସତ୍ତ୍ୱେ କୋଲକାତାର କଳାକାର ଏବଂ ଆୟୋଜକମାନେ ଏହାକୁ ଏକ ଥିମ୍ ଭାବରେ ଅନ୍ତର୍ଭୁକ୍ତ କରିଛନ୍ତି ଏହି ଉପସ୍ଥାପନାରେ ଦୁର୍ଗା ଏବଂ ଲକ୍ଷ୍ମୀ, ସରସ୍ୱତୀ, କାର୍ତ୍ତିକ ଏବଂ ଗଣେଶଙ୍କ ଆଦି ଦେବତାଙ୍କୁ କରୋନା ଯୋଦ୍ଧା ଭାବେ ଚିତ୍ରଣ କରାଯାଇଛି ଯେଉଁମାନେ କରୋନାଭାଇରସ୍ ମହାମାରୀ ମଧ୍ୟରେ ଜୀବନ ବଞ୍ଚାଇବାରେ ପ୍ରମୁଖ ଅବଦାନ ଦେଇଛନ୍ତି  ଗଣେଶ ଏବଂ କାର୍ତ୍ତିକ ପ୍ରତ୍ୟେକଙ୍କୁ ଜଣେ ପୋଲିସ କର୍ମଚାରୀ ଏବଂ ପରିମଳ କର୍ମଚାରୀ ଭାବରେ ଚିତ୍ରିତ କରାଯାଇଥିବା ବେଳେ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ଜଣେ ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ ଭାବରେ ଚିତ୍ରଣ କରାଯାଇଛି।

20/10/2020

Leave a Reply

Your email address will not be published. Required fields are marked *

Comments