Bikash Khabar
ମାର୍ଚ୍ଚରେ ଖଣ୍ଡଗିରି ଫ୍ଲାଏଓଭର୍‌ ର ସରିବ ନିର୍ମାଣ,ସରିଛି ୮୦ କୋଟି ବ୍ୟୟ

 ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କାମ ସରିବ। ନୂଆ ରୂପରେ ଆବିର୍ଭାବ ହେବଖଣ୍ଡଗିରି ଟ୍ରାଫିକ୍ଛକ। ରାଜଧାନୀର ସମସ୍ତ ଫ୍ଲାଏଓଭର ବ୍ରିଜ୍ମଧ୍ୟରେ ଏହା ହେବ ସବୁଠାରୁ ସୁନ୍ଦର। ଓଭରବ୍ରିଜ୍ ଉପର ଅଂଶ ଯେମିତି ତଳେ ସର୍ଭିସ୍ରୋଡ୍କୁ ମଧ୍ୟ ସେମିତି ସୁନ୍ଦର ରୂପ ଦିଆଯିବ। ଦିନେ ବ୍ଲାକ୍ସ୍ପଟ୍ଭାବେ ପରିଚିତି ଲାଭ କରିଥିବା ଏହି ଟ୍ରାଫିକ୍ ଛକକୁ ଭିଡ଼ମୁକ୍ତ ଦୁର୍ଘଟଣାମୁକ୍ତ ଛକ ଭାବେ ପରିଣତ କରାଯିବ। ବ୍ଲାକସ୍ପଟ୍ ବଦନାମ ବଦଳିଯିବ। ନିର୍ମାଣାଧୀନ ଏହି ଓଭରବ୍ରିଜ୍ ୫୨ପ୍ରତିଶତ କାମ ଶେଷ ହୋଇଛି। ଏହି ଥାକିଆ ଓଭରବ୍ରିଜ୍ପାଇଁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦କୋଟି ଟଙ୍କା ବ୍ୟୟ ହୋଇସାରିଲାଣି। ୨୦୧୯ ମାର୍ଚ୍ଚ ତାରିଖରେ ମୁଖ୍ୟ ରାସ୍ତା ବନ୍ଦ ହୋଇ ଓଭରବ୍ରିଜ୍ନିର୍ମାଣ କାମ ଆରମ୍ଭ ହୋଇଥିଲା ଚଳିତ ବର୍ଷ ଜୁନ୍ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ କେତେକ ଅନିବାର୍ଯ୍ୟ କାରଣବଶତଃ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରି ନଥିଲେ ହେଁ ୨୦୨୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଓଭରବ୍ରିଜ୍କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

04/07/2020

Leave a Reply

Your email address will not be published. Required fields are marked *

Comments