Bikash Khabar
ବୋଇତ ବନ୍ଦାଣ ମନା ସେପଟେ କାଲିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ   ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡିସେମ୍ବର ୧ରୁ୫ ତାରିଖ ପର୍ଯ୍ୟନ୍ତ ଦିନ ଧରି ଏହି ମହୋତ୍ସବ ଚାଲିବ ଏନେଇ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି କୋଭିଡ ନିୟମ ମାନି ପର୍ଯ୍ୟଟକ ମାନେ କିଭଳି ସୁରକ୍ଷିତ ଏହି ମହୋତ୍ସବକୁ ଉପଭୋଗ କରିବେ ତାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ଏହାସହ ଚନ୍ଦ୍ରଭାଗା ବେଳାମାର୍ଗରେ ଚଳିତ ବର୍ଷ ଆୟୋଜନ କରାଯାଇଛି ବାଲୁକା କଳା ମହୋତ୍ସବ। ପ୍ରାୟ ୨୦ରୁ ଅଧିକ ବାଲୁକା ଶିଳ୍ପୀ ଏଥର ବାଲୁକା କଳା ପ୍ରଦର୍ଶନ କରିବା ନେଇ ସୂଚନା ରହିଛି। ତେବେ ମହାମାରୀ ସଂକ୍ରମଣ କୁ ଆଖିରେ ରଖି ସରକାର ମନ୍ଦିର ଖୋଲୁନାହାନ୍ତି ଏପରିକି କାର୍ତ୍ତିକ ପୁର୍ଣିମା ବୋଇତ ବନ୍ଦାଣ କୁ ଅନୁମତି ଦେଇନାହାନ୍ତି କିନ୍ତୁ କେଉଁ ଯୁକ୍ତି ଆଧାର ରେ କୋଣାର୍କ ଉତ୍ସବ କେଉଁ ଲବିରେ କରାଯାଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ ସିନେମା ହଲ ଖୋଲୁନାହାନ୍ତି ଏଣେ ଖୋଳିଦିଆଯାଇଛି ମଲ କରୋନା ପରିଚାଳନା କୁ ନେଇ ଏଭଳି ବିଭ୍ରାଟ କୁ ନେଇ ଅଶାନ୍ତି ବଢୁଛି   ନୃତ୍ୟ ପରିବେଷଣ ପାଇଁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚକୁ ନବବଧୂ ପରି ସଜା ଯାଇଛି।ଏଥିରେ ଆକର୍ଷିତ ହୋଇ ଯଦି ଦର୍ଶକ ଉପଭୋଗ ପାଇଁ ଏକାଠି ହେଲେ ତେବେ ସେଠି ସାମାଜିକ ଦୂରତା,ମାସ୍କ ପରିଧାନ ହାତଧୂଆ ଅଭ୍ୟାସ ପାଳନ ହେବଟି ? ଯଦି ମହାମାରୀ ବ୍ୟାପେ ତେବେ କିଏ ହେବେ ଦାୟୀ?

30/11/2020

Leave a Reply

Your email address will not be published. Required fields are marked *

Comments