Bikash Khabar
ପ୍ରଦୀପଙ୍କ ମାମଲାର ତଦନ୍ତ କରିବେ ଲୋକାୟୁକ୍ତ

ଗୋପାଳପୁର ବିଧାୟକ ତଥା ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ଏବେ ଲୋକାୟୁକ୍ତ କରିବେ ତଦନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାୟୁକ୍ତଙ୍କୁ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲାଭାବେ ରାଜ୍ୟ ସରକାର ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ସୁପାରିଶ କରିଛନ୍ତି ପ୍ରକାଶଯେ, ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ପରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକ ତାଙ୍କ ପୁଅଙ୍କ ସହ ସମ୍ପର୍କକୁ ନେଇ ବିବାଦରେ ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଥିବାବେଳେ ବହିଷ୍କାର ପରେ  ସେ ଦଳର ପରିଚାଳନା ସମ୍ପର୍କରେ ଅନେକ ଗୁମର ଖୋଲିଥିଲେ ଧୀରେ ଧୀରେ ପାଠକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପେଡ଼ି ଖୋଲିବା ପରେ ବିଧାୟକ ଏବେ ଜେଲରେ ଅଛନ୍ତି ଅପରପକ୍ଷରେ ବିଧାୟକ ସରକାର ଭିତରେ ସରକାର ଚାଲିଥିବା ୫ଟି ସଚିବ କ୍ଷମତା ପ୍ରୟୋଗ କରୁଥିବା ନେଇ ଚାଂଚଲ୍ୟକର ବିବରଣୀ ଦେଇଛନ୍ତି

07/12/2020

Leave a Reply

Your email address will not be published. Required fields are marked *

Comments