Bikash Khabar
ବିପଦ କୁ ସୁଯୋଗ ରେ ପରିଣତ କରିବାର ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ,ଏବେ ପିପିଇ ଉପକରଣ ତିଆରି ରେ ଭାରତ ବିଶ୍ୱରେ ଦ୍ୱିତୀୟ

ବିଶ୍ୱରେ କରୋନା ମହାମାରୀକୁ ମୁକାବିଲା କରିବାରେ ସବୁଠୁ ବଡ଼ ଅସ୍ତ୍ର ଭାବେ ମାସ୍କ,ସାନିଟାଇଜର ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆବଶ୍ୟକତା ଭାରତ ଯେତେବେଳେ ଅନୁଭବ କରିଥିଲା ସେତେବେଳେ ଏହା ପାଖରେ ନଥିଲା ଭାରତ ଏସବୁ ସାମଗ୍ରୀ ଚୀନସମେତ ଅନ୍ୟ ଦେଶରୁ ଆଣିଥିଲା ପରେ କିନ୍ତୁ ଭାରତ ପ୍ରଧାନମନ୍ତ୍ରୀ ବିପଦ କୁ ସୁଯୋଗ ଭାବେ ଗ୍ରହଣକରି ସ୍ଥାନୀୟ ସମ୍ବଳ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ।ଭାରତ ଗଁଦିଗରେ କାମ ବି ଆରମ୍ଭ କରିଥିଲା ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥା  ବଡି କଭର ପ୍ରମୁଖ  ଉତ୍ପାଦନକାରୀ ହୋଇପାରିଛି। କରୋନା ସଂକ୍ରମଣ ବିରୋଧରେ ସଂଗ୍ରାମରେ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ପାଇଁ ପିପିଇ  ଶରୀରର ଆବରଣ ପାଇଁ ଅତ୍ୟନ୍ତ ଉପଯୋଗୀ।ବୟନ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ପ୍ରକାଶିତ ଏକ ବିଜ୍ଞପ୍ତି  ଅନୁଯାୟୀ, ଭାରତ   ମାସ ମଧ୍ୟରେ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ (ପିପିଇ) ବଡି କଭର ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇଛି  ଗୁଣବତ୍ତା ଦୃଷ୍ଟିରୁ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ  ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଂଚିଛି ଚୀନ୍ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି।  ବୟନ ମନ୍ତ୍ରାଳୟର ଅତିରିକ୍ତ ଆୟୁକ୍ତ, ବୟନ ମନ୍ତ୍ରଣାଳୟ ଏବଂ ଟେକ୍ସଟାଇଲ୍ କମିଟିର ସଚିବ ଅଜିତ୍ ଚୌହାନ କହିଛନ୍ତି ଯେ ମାସ ପୂର୍ବେ ଯେତେବେଳେପିପିଇ  ବଡି କଭର କିଟର ଆବଶ୍ୟକତା ବଢିଲା, ସେତେବେଳେ ଭାରତ ଏହାର ଉତ୍ପାଦନ ଆରମ୍ଭ କଲା, କିନ୍ତୁ ଚାଇନାର କିଛି ରପ୍ତାନିକାରୀ ହଠାତ୍ ବିଶ୍ୱର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଉଥିବା ମେସିନ ମୂଲ୍ୟରେ ବୃଦ୍ଧି କରିଦେଇଥିଲେ ମେସିନ ମୂଲ୍ୟ ପ୍ରବଳ ବୃଦ୍ଧି କରିବାରୁ ଭାରତ ନିଜେ ଘରୋଇ ସ୍ତରରେ ମେସିନ ପ୍ରସ୍ତୁତ କରି ଏହାକୁ ଉତ୍ପାଦନ କରିବା ଆରମ୍ଭ କଲା ଏବଂ ଖୁବ ସମୟ ମଧ୍ୟରେ ଆଜି ଆମେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ହୋଇପାରିଛୁ।

 

22/05/2020

Leave a Reply

Your email address will not be published. Required fields are marked *

Comments