Bikash Khabar
ଶ୍ରମିକଙ୍କ କଲ୍ୟାଣ ପାଇଁ ସୋନୁସୁଦ ଙ୍କ ଜରିଆରେ ସିଙ୍ଗାପୁର କମ୍ପାନୀ ଗୁଡ଼ ୱାର୍କ ଦେବ ୨୫୦ କୋଟି

କଥାରେ ଅଛି ଅଗର୍ କିସି ଚିଜ୍କୋ ଦିଲ୍ ସେ ଚାହୋ , ତୋ ପୁରି କାୟାନାତ୍ ଉସେ ତୁମ୍ସେ ମିଲାନେକି କୋସିସ୍ ମେଁ ଲଗ୍ଜାତିହେ ..।। ଏହି ଉକ୍ତିଟି ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କ ପାଇଁ ଆଜି ସତ ପ୍ରମାଣିତ ହୋଇଛି .. ଲକ ଡାଉନ ସମୟରେ ଅସହାୟ ମାନଙ୍କ ପାଖରେ ସହାୟତାର ହାତ ବଢାଇଥିଲେ ସୋନୁ କାହାକୁ ଘରକୁ ଫେରିବା ପାଇଁ ଗାଡି ସୁବିଧା କରାଇଥିଲେ କାହାକୁ ଚାଷ କରିବା ପାଇଁ ଯୋଗାଇଦେଇଥିଲେ ଟ୍ରାକ୍ଟର ଅନେକ ବିଦ୍ୟାର୍ଥୀଙ୍କ ଅନଲାଇନ ଶିକ୍ଷାଦାନ ପାଇଁ ମୋବାଇଲି ଯୋଗାଇ ସୋନୁ ସୁଦ ଲକ ଡାଉନ ସମୟର ଭଗବାନ ବୋଲି ବିବେଚିତ ହୋଇଥିଲେ। ଅନେକଙ୍କ ହୃଦୟରେ ରାଜ କରିଥିଲେ ବର୍ତମାନ ସମୟରେ ମଧ୍ୟ ସୋନୁ ସୁଦ୍ ତାଙ୍କ ସାହାଯ୍ୟର ଧାରାକୁ ଅନେକଙ୍କ ପାଇଁ ଖୋଲା ରଖିଛନ୍ତି ଏବେ ସୋନୁ ଙ୍କ ଏଭଳି କାମକୁ ଆଉ ଟିକେ ବ୍ୟାପକ କରିବାପାଇଁ  ଗୁଡ୍ ୱାର୍କର ନାମକ ସିଙ୍ଗାପୁରର ଏକ କମ୍ପାନୀ ସୋନୁ ସୁଦ୍ଙ୍କ ସହ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି ଗୁଡ୍ ଓ୍ୱାର୍କର ପ୍ରବାସୀ ଶ୍ରମିକଙ୍କ ରୋଜଗାର ତାଲିମ ପାଇଁ ୨୫୦ କୋଟି ଟଙ୍କା ନିବେଶ କରିବେ ଏହା ଦ୍ୱାରା ଦେଶର ପ୍ରାୟ ୧୦ ଲକ୍ଷ ପ୍ରବାସୀ ଶ୍ରମିକ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି ଏହି ଶ୍ରମିକଙ୍କୁ ରୋଜଗାର ମିଳିବା ସହ ଦକ୍ଷତା ବିକାଶ ଦିଗରେ ମଧ୍ୟ କାମ କରାଯିବ

27/11/2020

Leave a Reply

Your email address will not be published. Required fields are marked *

Comments