Bikash Khabar
ଉତ୍ତରପ୍ରଦେଶରେ ଲାଗୁ ହେଲା ଲଭ୍ ଜେହାଦ୍ ଆଇନ୍,ଏଭଳି ଆଇନ ଆଣିବାରେ ୟୁପି ଦେଶରେ ପ୍ରଥମ

ଏଣିକି ଯଦି ଉତ୍ତରପ୍ରଦେଶରେ କୌଣସି ଲୋକ ପ୍ରେମକରି ବା କାହାକୁ ଭ୍ରମିତ କରି ଧର୍ମ ବଦଳାଇବେ ତେବେ ତାଙ୍କୁ ୧୦ ବର୍ଷ ଯାଏ ସଶ୍ରମ  କାରାଦଣ୍ଡରେ ଦଣ୍ଡିତ କରାଯିବ ଏହାସହ ସହମତି ଭିତ୍ତିରେ ଧର୍ମ ପରିବର୍ତ୍ତନ କରିବାକୁ ଯଦି କୌଣସି ବ୍ୟକ୍ତି ଇଚ୍ଛା ପ୍ରକାଶ କରିବେ ତେବେ ମାସ ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କୁ ସୂଚନା ଦେବାକୁ ପଡିବ ଏଭଳି ପ୍ରାବଧାନ ସହିତ ଉତ୍ତରପ୍ରଦେଶ ରେ କାର୍ଯ୍ୟକାରୀ ହୋଇଛି ଲଭଜେହାଦ ଆଇନ ରାଜ୍ୟ କ୍ୟାବିନେଟ ରେ ଅନୁମୋଦିତ ହେବା ପରେ ଏଥିରେ ରାଜ୍ୟପାଳ ସ୍ବାକ୍ଷର କରିଛନ୍ତି ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର ଲଭ୍ ଜେହାଦ ବିରୋଧରେ ଆଇନ ଆଣିବାକୁ ଅନେକ ଥର ଘୋଷଣା କରିଥିଲେ ସେ କହିଥିଲେ କି ଲୋଭ ଦେଖାଇ, ଚାପ ପକାଇ, କିମ୍ବା ଧମକ ଦେଇ ହେଉଥିବା ଧର୍ମ ପରିବର୍ତ୍ତନକୁ ଏହି ଆଇନ ଜରିଆରେ ବନ୍ଦ କରାଯାଇପାରିବ ୟୁ.ପି ସରକାର ଆଣିଥିବା ଅଧ୍ୟାଦେଶ ମୁତାବକ ଯଦି କୌଣସି ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ଭ୍ରମିତ କରି ବା ଧୋକ୍କା ଦେଇ ଧର୍ମପରିବର୍ତ୍ତନ କରିବାକୁ ବାଧ୍ୟ କରିବ ତେବେ ଆଇନ ଅନୁସାରେ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ସହ ରୁ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ଯଦି ଅନୁସୂଚିତ ଜାତି ବା ଜନଜାତିର ନାବାଳିକା କିମ୍ବା ମହିଳାଙ୍କ ସହିତ ଏଭଳି କରାଯିବ ତେବେ ଅପରାଧୀଙ୍କୁ ୨୫ ହଜାର ଟଙ୍କା ଜରିମାନା ସହିତ ରୁ ୧୦ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ୟୁ.ପି ସରକାରରେ ମନ୍ତ୍ରୀ ଥିବା ସିଦ୍ଧାର୍ଥନାଥ ସିଂ କହିଛନ୍ତି କି ୟୁ.ପି କ୍ୟାବିନେଟରେ ଏଭଳି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିବା ପରେ ରାଜ୍ୟରେ ଆଇନ  ବ୍ୟବସ୍ଥାର ସୁଧାର ଆସିବ ଏହାସହ ପ୍ରେମ କରିବା ନାମରେ ଚାଲିଥିବା ଧର୍ମପରିବର୍ତ୍ତନରୁ ହିନ୍ଦୁ ମହିଳା ନାବାଳିକା ମାନଙ୍କୁ ସୁରକ୍ଷା ଦିଆଯାଇ ପାରିବ

28/11/2020

Leave a Reply

Your email address will not be published. Required fields are marked *

Comments