Bikash Khabar
ନୂଆବର୍ଷରୁ କ୍ୟାପିଟାଲ ହସ୍ପିଟାଲ ରେ ଖୋଲିବ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ

କ୍ୟାପିଟାଲ ହସ୍ପିଟାଲ ପରିସରରେ ନୂଆବର୍ଷରେ କାର୍ଯ୍ୟକ୍ଷମ ହେବ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ। ହସ୍ପିଟାଲ ପକ୍ଷରୁ ଲେପ୍ରୋସି କାର୍ଯ୍ୟାଳୟ ନିକଟରେ ଗୃହ ଯୋଗାଇ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆବଶ୍ୟକ ସରଞ୍ଜାମ ପ୍ରାରମ୍ଭିକ ପର୍ଯ୍ୟାୟରେ ହସ୍ପିଟାଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ କାର୍ଯ୍ୟକ୍ଷମ ହେବା ପରେ ବିଏମସି ସମସ୍ତ ସହାୟତା ପ୍ରଦାନ କରିବ ବୋଲି ଜଣାପଡ଼ିଛି। ରାଜଧାନୀରେ ଦିନକୁ ଦିନ ଲୋକସଂଖ୍ୟାରେ ବୃଦ୍ଧି ହୋଇଛି। ଏହାସହ ବହୁ ସଂଖ୍ୟାରେ ଘରୋଇ ହସ୍ପିଟାଲ ଗଢ଼ି ଉଠିଛନ୍ତି। ତେଣୁ କେବଳ ରାଜଧାନୀ ନୁହେଁ, ଅନ୍ୟ ଜିଲ୍ଲାରୁ ବହୁ ସଂଖ୍ୟାରେ ଲୋକ ରାଜଧାନୀକୁ ଚିକିତ୍ସା ପାଇଁ ଆସୁଛନ୍ତି। ରାଜଧାନୀରେ ୩ଟି ନିର୍ବାଚନମଣ୍ଡଳୀ ରହିଛି। ମାତ୍ର ଜନ୍ମ/ମୃତ୍ୟୁର ପଞ୍ଜୀକରଣ ପାଇଁ ଗୋଟିଏ କାର୍ଯ୍ୟାଳୟ ରହିଛି।ଏହା ଉପରେ ଯଥେଷ୍ଟ ଚାପ ପଡ଼ୁଛି। ତେଣୁ ଏହି ଚାପକୁ ଦୂର କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ଆଉ ଦୁଇଟି କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗୋଟିଏ କ୍ୟାପିଟାଲ ହସ୍ପିଟାଲରେ ଅନ୍ୟଟି ଏମ୍ସରେ। ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ମେଶ୍ଢାଶାଳସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରେ ପଞ୍ଜୀକରଣ କରାଯାଉଛି। ତେଣୁ ଦ୍ବିତୀୟ କାର୍ଯ୍ୟାଳୟଟି ଏମ୍ସରେ ଖୋଲିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।

08/12/2020

Leave a Reply

Your email address will not be published. Required fields are marked *

Comments