Bikash Khabar
ପ୍ରତି ବ୍ଲକ୍ ରେ ବସଷ୍ଟାଣ୍ଡ ଘୋଷଣା କେବଳ ଭାଷଣରେ,ରୂପାୟନ ଶୁନ

ତିଆରି ହେଲା ନକ୍ସା ଦେଖାଇ ଦିଆଗଲା ଗୋଲାପୀ ସ୍ବପ୍ନ ହେଲେ ଏବେ ସେ ସ୍ବପ୍ନ ଅଧାରୁ ଭାଙ୍ଗିଯାଇଛି ସ୍ବପ୍ନ ଟି ହେଉଛି ରାଜ୍ୟ ସରକାରଙ୍କ  ପ୍ରତିି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କୁ ନେଇ ରାଜ୍ୟ ସରକାର କହିଥିଲେ ପ୍ରତି ବ୍ଲକରେ ନିର୍ମାଣ ହେବ ବସ ଷ୍ଟାଣ୍ଡ ଏଇ ବସ୍ଷ୍ଟାଣ୍ଡ ଭିତରେ ରହିବ ଚକାଚକ୍ପ୍ରତୀକ୍ଷାଳୟ, ଅତ୍ୟାଧୁନିକ ଶୌଚାଳୟ, କମର୍ସିଆଲ୍କମ୍ପେ୍ଲକ୍ସ ଆଉ ବିସ୍ତୀର୍ଣ୍ଣ ପାର୍କିଂ ଏରିଆ। ପ୍ରାୟ ଏକର ଜମିରେ ଏଭଳି ମଡେଲ୍ବସ୍ଷ୍ଟାଣ୍ଡ ନିର୍ମାଣ କରିବାକୁ ଘୋଷଣା କରିଥିଲେ ସରକାର। ଉଦ୍ଦେଶ୍ୟ- ଗମନାଗମନ ବଢ଼ିବ, ସହରରୁ ଗାଁକୁ ଯୋଡ଼ି ହେବ ବସ୍ସେବା ଜିଲ୍ଲା ମୁଖ୍ୟାଳୟ ରାଜଧାନୀ ସହ ସଂଯୋଗ ହେବ ପ୍ରତି ବ୍ଲକ କିନ୍ତୁ, କିଛି ହେଲାନି। ପ୍ରାୟ ବର୍ଷ ବିତିବାକୁ ବସିଥିବାବେଳେ କାଗଜ କଲମରେ ଅଟକିଛି ଏହି ଯୋଜନା। ଟେଣ୍ଡର ଜମି ଅଧିଗ୍ରହଣର ନାଁ ଗନ୍ଧ ନାହିଁ। ଶୂନ୍ୟରେ ଲଟକିଛି ମଡେଲ୍ବସ୍ଷ୍ଟାଣ୍ଡ ପ୍ରକଳ୍ପ ପ୍ରକଳ୍ପ ନେଇ ଘୋଷଣା ହୋଇଥିଲା  ୨୦୧୮ ଫେବ୍ରୁଆରୀ ମାସରେ। ପ୍ରକଳ୍ପ କାର୍ଯ୍ୟକାରୀ ଦାୟିତ୍ୱ ନେଇଥିଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ  ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା ପ୍ରକଳ୍ପ ପାଇଁ ପ୍ରତ୍ୟେକ ବ୍ଲକରେ ଦେଢ଼ରୁ ଏକର ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା ମଡେଲ୍ବସଷ୍ଟାଣ୍ଡରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣ ସହ ଟିକେଟ କାଉଣ୍ଟର, ଆଲୋକିକରଣ, ଡ୍ରେନେଜ୍, ଶୌଚାଳୟ ପାର୍କିଂ ବ୍ୟବସ୍ଥା ଉପଲବ୍ଧ ରହିବ ବୋଲି ସ୍ଥିର ହୋଇଥିଲା। ସେତେବେଳେ ସ୍ଥିର ହୋଇଥିଲା, ଯେଉଁ ବ୍ଲକରେ ପୂର୍ବରୁ ବସଷ୍ଟାଣ୍ଡ ଅଛି, ତାହାକୁ ଆଧୁନିକୀକରଣ କରାଯିବ ବାକି ସବୁଠି ନୂଆ ବସଷ୍ଟାଣ୍ଡ ନିର୍ମାଣ ହେବ ପ୍ରଥମ ପର୍ଯ୍ୟାୟରେ ୫୧ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥିର ହେଲା। ଏହାର ତାଲିକା ମଧ୍ୟ ପ୍ରସ୍ତୁତ କରାଗଲା। ଶୀଘ୍ର ଜମି ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ବିଭିନ୍ନ ସମୟରେ ଓଏସ୍ଆରଟିସି ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜମି ମାଗିଛି। ମାତ୍ର ନା ଜିଲ୍ଲା ପ୍ରଶାସନ ଆନ୍ତରିକତା ଦେଖାଇଛନ୍ତି ନା ଓଏସଆରଟିସି ପ୍ରସଙ୍ଗକୁ ଗୁରୁତର ସହ ନେଇଛି। କେବଳ ଚିଠି ଲେଖି ହାତ ଟେକିଛି ଓଏସ୍ଆର୍ଟିସି

13/12/2020

Leave a Reply

Your email address will not be published. Required fields are marked *

Comments