Bikash Khabar
ଭିତରକନିକା ଓ ଚନ୍ଦ୍ରଭାଗାରେ ନିର୍ମାଣ ହେବ କାଫଟେରିଆ

ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଉପାୟ ମାନ ଆପଣାଉଛି ଓଟିଡିସି ଭିତରକନିକା ଚନ୍ଦ୍ରଭାଗା ପର୍ଯ୍ୟଟନ ସ୍ଥଳରେ ଆଉ ଟି କାଫଟେରିଆ ନିର୍ମାଣ ହେବା ନେଇ ସୂଚନା ମିଳିଛି। ଓଟିଡିସି ପ୍ରଥମେ ପୁରୀର ସ୍ବର୍ଣ୍ଣିମ ବେଳାଭୂମିରେ ନଭେମ୍ବର ତାରିଖରେ କାଫଟେରିଆ ଲୋକାର୍ପଣ  କରିଥିଲା। ତେବେ ଏହାଦ୍ୱାରା ଓଟିଡିସି ଏକ ସପ୍ତାହ ମଧ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ସହ ଲକ୍ଷରୁ ଉର୍ଦ୍ଧ୍ବ ବେପାର କରିଥିବା ସୂଚନା ରହିଛି। ଏବେ ପ୍ରାକୃତିକ ଶୋଭରାଜିରେ ପରିପୂର୍ଣ୍ଣ ବଣ ଜଙ୍ଗଲ ତଥା ସମୁଦ୍ର ବେଳାଭୂମିରେ କାଫେଟେରିଆ ଖୋଲି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଯୋଜନା ରହିଛି।କାଫେଟେରିଆରେ ଲୋକମାନେ ପର୍ଯ୍ୟଟକଙ୍କୁ ନିଜ ପସନ୍ଦ ମୁତାବକ ଖାଦ୍ୟ ପ୍ରସ୍ତୁତ କରି ପରିବେଶଣ କରାଯିବ। ପୁରୀ ପରେ ଭିତରକନିକା ଚନ୍ଦ୍ରଭାଗା ଭ୍ରମଣରେ ଯାଉଥିବା ପର୍ଯ୍ୟଟକ କାଫେଟେରିଆରେ ଖାଇବାର ମଜା ଉଠାଇ ପାରିବେ ବୋଲି ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।

21/11/2020

Leave a Reply

Your email address will not be published. Required fields are marked *

Comments