Bikash Khabar
ଉପକୂଳ ଜିଲ୍ଲାରେ ହେବ ବିର୍ଯ୍ୟୟ ପ୍ରତିରୋଧ ବିଦ୍ୟୁତ ଭିତିଭୂମି

 ପ୍ରତିବର୍ଷ ଓଡ଼ିଶା ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଏହାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପ୍ରତିରୋଧ ଭିତିଭୂମିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ବିପର୍ଯ୍ୟୟ ପ୍ରତିରୋଧ ବିଦ୍ୟୁତ ଭିତିଭୂମି ନିର୍ମାଣ ଖସଡ଼ା ପ୍ରସ୍ତୁତ ହୋଇଛି ପ୍ରଥମ ପର୍ଯ୍ୟାୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ବାଲେଶ୍ୱର ଜିଲ୍ଲାରେ ଏହି କାର୍ଯ୍ୟ ହେବ ଏଥିପାଇଁ ୧୧ ହଜାର କୋଟି ଟଙ୍କାର କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି ସେହିପରି ୨ୟ ପର୍ଯ୍ୟାୟରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାକୁ ଏଥିରେ ସାମିଲ୍ କରାଯିବ ଏହି ଜିଲ୍ଲା ପାଇଁ ହଜାର କୋଟି ଟଙ୍କାର କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି ଏହାସହ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଆଇନଗତ ଦିଗର ସଠିକ୍ ପରିଚାଳନା ନିମନ୍ତେ 'ଥିଙ୍କ୍ ଟ୍ୟାଙ୍କ୍' ମଧ୍ୟ ଗଠନ ହେବ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ଜରୁରିକାଳୀନ ଭିତିରେ କାର୍ଯ୍ୟ କରିବା ପାଇଁ ସମ୍ପୃକ୍ତ ବିଭାଗ ବିତରକ କମ୍ପାନୀଗୁଡ଼ିକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ଏହାସହ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥô ଏବଂ ଆଇନଗତ ଦିଗର ସଠିକ୍ ପରିଚାଳନା ନିମନ୍ତେ 'ଥିଙ୍କ୍ ଟ୍ୟାଙ୍କ୍' ଗଠନ କରିବାକୁ ମୁଖ୍ୟ ସଚିବ ଗ୍ରୀଡ୍ କୋ ଏବଂ ଓପିଟିସିଏଲ୍ କୁ ନିର୍ଦ୍ଧେଶ ଦେଇଛନ୍ତି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଲଗାତାର ବାତ୍ୟା କାରଣରୁ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେଉଥିବା ସାଧାରଣ ସମ୍ପତିକୁ ଏହି ନୂଆ ପ୍ରତିରୋଧ ବ୍ୟବସ୍ଥା ରକ୍ଷା କରିବ ବୈଠକରେ ଚିଠା କାର୍ଯ୍ୟ ଯୋଜନା ବାବଦରେ ଆଲୋଚନା ହୋଇଥିଲା ଅତିରିକ୍ତ ମୁଖ୍ୟ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ଓଭରହେଡ୍ କେବ୍ ଲିଂ ଏବଂ ଘଂଟାପ୍ରତି ୩୦୦ କିଲୋମିଟର ପବନକୁ ପ୍ରତିରୋଧ କରିପାରୁଥିବା ପୋଲ୍ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଦକ୍ଷିଣ ଏସିଆରେ ବାତ୍ୟାବେଳେ ସର୍ବାଧିକ ଘଂଟା ପ୍ରତି ୩୧୫ କିଲୋମିଟର ବେଗରେ ପବନ ରେକର୍ଡ ହୋଇଛି ତେଣୁ ସହରାଂଚଳରେ ଅଣ୍ଡରଗ୍ରାଉଣ୍ଡ୍ କେବଲିଂ ଏବଂ ଗ୍ରାମାଂଚଳରେ ଓଭରହେଡ୍ କେବଲିଂ ପାଇଁ ନିଷ୍ପତି ହୋଇଛି

27/06/2020

Leave a Reply

Your email address will not be published. Required fields are marked *

Comments