Bikash Khabar
ସ୍କୁଲ ପିଲାଙ୍କ ଆକାଉଣ୍ଟକୁ ଯିବ ୯୦ଦିନର ମଧ୍ୟାହ୍ନଭୋଜନ ରୋଷେଇ ଖର୍ଚ୍ଚ

ସ୍କୁଲ ପିଲାଙ୍କ ବ୍ୟାଙ୍କ ଖାତାକୁ ଯିବ ମଧ୍ୟାହ୍ନଭୋଜନର ରୋଷେଇ ଖର୍ଚ୍ଚ । ମାର୍ଚ୍ଚ ୧୬ରୁ ଜୁନ୍‌ ୧୩ ଯାଏ ୯୦ଦିନ ରୋଷେଇ ବାବଦକୁ ଖର୍ଚ୍ଚ ପିଲାଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ମଧ୍ୟାହ୍ନଭୋଜନ ରୋଷେଇ ବାବଦ ଖର୍ଚ୍ଚରେ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪୭୯.୯୬ ଟଙ୍କା ଓ ଉଚ୍ଚ ପ୍ରଥାମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୭୧୭.୧୬ ଟଙ୍କା ପଠାଯିବ । ଏଥିପାଇଁ ବ୍ଲକ ଶିକ୍ଷା ଅଧିକାରୀମାନେ ସ୍କୁଲ ତାଲିକା ଓ ଅଭିଭାବକମାନଙ୍କ ବ୍ୟାଙ୍କ ଆକାଉଣ୍ଟ ତାଲିକା ପ୍ରସ୍ତୁତ କରିବେ । ଜିଲ୍ଲା ଶିକ୍ଷାଅଧିକାରୀମାନେ ସ୍କୁଲ ଆକାଉଣ୍ଟକୁ ରୋଷେଇ ବାବଦକୁ ଖର୍ଚ୍ଚ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତା'ସହିତ ଯେଉଁ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟ ନଥିବ ସେମାନଙ୍କୁ ସ୍କୁଲରେ ଧାର୍ଯ୍ୟ ରାଶି ପଇଠ କରିବାକୁ କୁହାଯାଇଛି

 

04/06/2020

Leave a Reply

Your email address will not be published. Required fields are marked *

Comments