Bikash Khabar
ନିର୍ବାଚନୀ ତତ୍ପରତା ଟୀକା ଦେବାରେ ହେବ,୩୦ କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ୍ମହାମାରୀ ସ୍ଥିତି ଏବଂ ଟିକା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ କରୋନା ଟିକାର ବିତରଣ ଏବଂ ବଣ୍ଟନ ପାଇଁ ଚାଲିଥିବା ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଗୁରୁତ୍ବାରୋପ କରିଛନ୍ତି। ଦେଶର ସମସ୍ତ ଲୋକଙ୍କ ନିମନ୍ତେ ଟିକା ଶୀଘ୍ର ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବାକୁ ଯୋଜନାବଦ୍ଧ ରଣନୀତିରେ କାମ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନିର୍ବାଚନ ଏବଂ ବିପର୍ଯ୍ୟୟ ପରିଚାଳନା ସମୟରେ ଯେଭଳି ତ୍ବରାନ୍ବିତ ପଦକ୍ଷେପ ନିଆଯାଇଥାଏ ସେଭଳି ଢଙ୍ଗରେ ଟିକା ପହଞ୍ଚାଇବା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବା ଆବଶ୍ୟକ। ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଟିକା ଯେଭଳି ସୁରୁଖୁରୁରେ ପହଞ୍ଚିବ ସେଥିପାଇଁ ପ୍ରତ୍ୟେକଟି ପଦକ୍ଷେପକୁ ଭଲଭାବେ ପରୀକ୍ଷା କରିବାପାଇଁ ମୋଦୀ କହିଛନ୍ତି। ଟିକା ଡୋଜ୍ପାଇଁ କୋଲ୍ଡ ଷ୍ଟୋରେଜ୍ବ୍ୟବସ୍ଥା କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଭାରତରେ ପ୍ରସ୍ତୁତ ଟିକା କେବଳ ପଡ଼ୋଶୀ ରାଷ୍ଟ୍ରଙ୍କ ପାଇଁ ନୁହେଁ, ଏହା ପୂରା ବିଶ୍ବକୁ ଯୋଗାଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିତରଣ ବ୍ୟବସ୍ଥା ପାଇଁ ଆଇଟି ପ୍ଲାଟ୍ଫର୍ମ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେବାକୁ ହେବ ବୋଲି ମତଦେଇ ସେ କହିଛନ୍ତି ଯେ ଦିଗରେ ତଦାରଖ ପ୍ରକ୍ରିୟାକୁ ସୁଦୃଢ଼ କରାଯିବା ଆବଶ୍ୟକ। ତେବେ ଦେଶରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟୀକା ପ୍ରଦାନ କରାଯିବ ନେଇ ତାଲିକା ପ୍ରସ୍ତୁତ ହେଉଥିବା ଜଣାଯାଇଛି

 

18/10/2020

Leave a Reply

Your email address will not be published. Required fields are marked *

Comments