Bikash Khabar
କୃଷି ପାଇଁ ଖୁସି ଖବର, ବଜାର ବ୍ୟବସ୍ଥାର ସୀମା ହଟିବ, ଘରୋଇ ସଂସ୍ଥା ମଣ୍ଡି ଖୋଲିବେ

କୃଷିଜାତ ଦ୍ରବ୍ୟର ବ୍ୟବସାୟରେ ଆଉ ଭୌଗଳିକ ସୀମା ରହିବ ନାହିଁ। ରାଜ୍ୟ ଭିତରେ ଆନ୍ତଃରାଜ୍ୟ ସୀମା ହଟାଇ ଏହାର ଅବାଧ ପରିବହନ ହୋଇପାରିବ। କୃଷିଜାତ ଦ୍ରବ୍ୟ ପ୍ରାଣୀସମ୍ପଦ ବ୍ୟବସାୟକୁ ଅଧିକ ସୁଗମ କମ୍ ଖର୍ଚ୍ଚଯୁକ୍ତ କରିବା ପାଇଁ ରାଜ୍ୟ ସ୍ତରରେ ଏକକ ବିପଣନ ଫିସ୍ ଏକକ ବିପଣନ ଲାଇସେନ୍ସ ବ୍ୟବସ୍ଥାର ସ୍ଥାପନ ହେବ।କୃଷିଜାତ ଦ୍ର୍ୟବର ବିକ୍ରିବଟାକୁ ସହଜ କରିବା ଉଦ୍ଦେଶ୍ୟ ନେଇ ଏମିତି ବହୁ ବ୍ୟବସ୍ଥା ରଖି ରାଜ୍ୟ ସରକାର ନୂଆ ଅଧ୍ୟାଦେଶ ଆଣିଛନ୍ତି। ଏଥିରେ ବେସରକାରୀ ସଂସ୍ଥା ବିପଣନ ମଣ୍ଡି ସ୍ଥାପନ କରିବାକୁ ଅନୁମତି ଦିଆଯିବାର ବ୍ୟବସ୍ଥା ରହିଛି। କୃଷକମାନଙ୍କ ସୁବିଧା ନିମନ୍ତେ ପଣ୍ୟାଗାର ଶୀତଳ ଭଣ୍ଡାରଗୁଡ଼ିକ ମଧ୍ୟ ବିପଣନ ମଣ୍ଡି ଭାବେ ଘୋଷଣା କରାଯାଇପାରିବ ବୋଲି ସ୍ପଷ୍ଟ କରାଯାଇଛି। କୃଷିଜାତ ଦ୍ରବ୍ୟର କିଣାବିକା ନିୟନ୍ତ୍ରଣ ନିମନ୍ତେ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା କୃଷିଜାତ ଦ୍ରବ୍ୟ ବିପଣନ ଅଧିନିୟମ,୧୯୫୬ପରିବର୍ତ୍ତେ ଓଡ଼ିଶା କୃଷିଜାତ ଦ୍ରବ୍ୟ ପ୍ରାଣୀସମ୍ପଦ ବିପଣନ(ପ୍ରୋତ୍ସାହନ ସୁବିଧା), ୨୦୨୦ ଅଧ୍ୟାଦେଶ ସଂଖ୍ୟା- ନାମରେ ଏହା କାର୍ଯ୍ୟକାରୀ କରାଯିବ। ନୂଆ ଅଧ୍ୟାଦେଶକୁ ରାଜ୍ୟପାଳ ମୋହର ମାରିଛନ୍ତି। ସେହିପରି ଓଡ଼ିଶା କୃଷିଜାତ ଦ୍ରବ୍ୟ ପ୍ରାଣୀସମ୍ପଦ ଚୁକ୍ତି, କୃଷିକର୍ମ ସେବା(ପ୍ରୋତ୍ସାହନ ସୁବିଧା), ୨୦୨୦(ଅଧ୍ୟାଦେଶ-) ନାମରେ ଆଉ ଏକ ଅଧ୍ୟାଦେଶ ମଧ୍ୟ ଜାରି କରାଯାଇଛି। େରାନା ପରିପ୍ରେକ୍ଷୀରେ କୃଷି କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ତିନିଟି ଅଧ୍ୟାଦେଶ ଆଣିବେ ବୋଲି ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଭାରତ ସରକାର ସାରା ଦେଶରେ ଏକକ ରୂପରେ କୃଷିଜାତ ଦ୍ରବ୍ୟର ବଜାର ସଂସ୍କାର ଆଇନ ପ୍ରଣୟନ ପାଇଁ ଏକ ଆଦର୍ଶ ଚିଠା ଅଧିନିୟମ,୨୦୧୭ ପ୍ରସ୍ତୁତ କରି ଏହାକୁ ଯଥାଶୀଘ୍ର ଅଧିନିୟମରେ ପ୍ରଣୟନ ନିମନ୍ତେ ସମସ୍ତ ରାଜ୍ୟଙ୍କୁ ଅନୁରୋଧ କରିଥିଲେ। ଉଦ୍ଦେଶ୍ୟ ଥିଲା କୃଷିଜାତ ଦ୍ରବ୍ୟର ରାଜ୍ୟ ମଧ୍ୟରେ ତଥା ଆନ୍ତଃରାଜ୍ୟ ସୀମା ହଟାଇ ଏହାର ଅବାଧ ପରିବହନ, କୃଷକ ଖାଉଟି ମଧ୍ୟରେ ସିଧାସଳଖ ସମ୍ପର୍କ କରି ସେମାନଙ୍କ ଉତ୍ପାଦନର ମୂଲ୍ୟ ଦେବା ଏବଂ ବର୍ତ୍ତମାନ ବଜାର ବ୍ୟବସ୍ଥାର ସଂସ୍କାର ଆଣିବା। ଏହି ଚିଠା ଅଧିନିୟମକୁ ଆଧାର କରି ଓଡ଼ିଶା ସରକାର ନୂଆ ଅଧ୍ୟାଦେଶ ଜାରି କରିଛନ୍ତି। ଅଧ୍ୟାଦେଶ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ପ୍ରଚଳିତ ବିଭାଜିତ ହୋଇଥିବା ବିଜ୍ଞାପିତ ବିପଣନ କ୍ଷେତ୍ରମାନଙ୍କର ଉଚ୍ଛେଦ କରାଯାଇ ରାଜ୍ୟକୁ ଏକକ ବିପଣନ କ୍ଷେତ୍ରରେ ପରିଣତ କରାଯିବ। ପାଇକାରୀ ବୃହତ ବ୍ୟବସାୟୀ, କୃଷି ପ୍ରକ୍ରିୟାକରଣ ଶିଳ୍ପ ସଂସ୍ଥା, ରପ୍ତାନିକାରୀ କୃଷକଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କକୁ ପ୍ରୋତ୍ସାହନ ଯୋଗାଇବାରେ ଏହା ସହାୟକ ହେବ।

19/05/2020

Leave a Reply

Your email address will not be published. Required fields are marked *

Comments