Bikash Khabar
ବଣ୍ଡା ଜନଜାତିଙ୍କ ପରେ ଏବେ ଭର୍ଚୁଆଲ୍‌ ଟୁର୍‌ରେ ଗଦବା ଘର ଜନଜାତିଙ୍କ ଜୀବନଶୈଳୀ

ଆଜି ରବିବାର ଦର୍ଶକମାନେ ଘରେ ବସି ରାଜ୍ୟ ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍ଭିଜିଟ୍ କରିପାରିବେ। ଦର୍ଶକମାନେ ଫେସବୁକ୍କିମ୍ବା ଟ୍ବିଟର୍ରେ @scstrti, @stscdec ଖୋଲି ଜନଜାତି ସଂଗ୍ରହାଳୟରେ ସଂରକ୍ଷିତ ଥିବା ଜନଜାତିମାନଙ୍କ ଜୀବନେଶୈଳୀ ସଂସ୍କୃତି ସମ୍ପର୍କରେ ଧାରଣା ପାଇପାରିବେ ବୋଲି ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଅଗଷ୍ଟ ତାରିଖରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକଙ୍କୁ ଏହି ସଂଗ୍ରହାଳୟର ଭର୍ଚୁଆଲ ଭିଜିଟ୍କରାଯାଉଛି। ଏହି କ୍ରମରେ ଗତ ରବିବାର ଦିନ ମାଲକାନଗିରି ବଣ୍ଡା ଜନଜାତି ଙ୍କ ସଂସ୍କୃତି ଉପରେ ଫୋକସ କରାଯାଇଥିବା ବେଳେ ଆଜି  ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ବସବାସ କରୁଥିବା ଗଦବାଜନଜାତିଙ୍କ ବାସଗୃହ, ସେମାନଙ୍କ ଜୀବନଶୈଳୀ, ପୂଜା ଉପାସନା, ଢେମସା ନୃତ୍ୟ ପୋଷାକ ତଥା ଅଳଙ୍କାର ବିଷୟରେ ଭିଡିଓ ଜରିଆରେ ପ୍ରଦର୍ଶିତ ହେବ। ସେହିପରି ଅନ୍ୟ ଏକ ଭିଡିଓ ମାଧ୍ୟମରେ ଦର୍ଶକମାନେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ମାଲକାନାଗିରିରେ ବସବାସ କରୁଥିବା ଭୋତଡ଼ାଜନଜାତି ସମ୍ପର୍କ‌‌‌ରେ ସମ୍ୟକ୍ସୂଚନା ପାଇପାରିବେ।

08/11/2020

Leave a Reply

Your email address will not be published. Required fields are marked *

Comments