Bikash Khabar
ଓଡ଼ିଶାରେ ୧୪୦ ଦିନ ବର୍ଷା କରାଇ ପ୍ରତ୍ୟାବର୍ତ୍ତନ କଲା ମୌସୁମୀ

ଜୁନ୍ପହିଲାରେ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡିଶାରୁ  ବିଦାୟ ନେଇଛି। ଦେଶ ବ୍ୟାପି ମାସ ୨୮ ଦିନ  ବିଭିନ୍ନ ଅଞ୍ଚଳରେ ବର୍ଷା କରାଇବା ପରେ ବିଦାୟ ନେଇଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ସାରା ଦେଶରେ ସ୍ବାଭାବିକ ବର୍ଷା ହୋଇଛି। ଏଥର ମୌସୁମୀ ବାୟୁ ୧୪୦ ଦିନ ଧରି ଓଡ଼ିଶାରେ ରହିଥିଲା। ଜୁନ୍୧୧ରେ ଦକ୍ଷିଣ ପଶ୍ଚିମମୌସୁମୀ ଓଡ଼ିଶାକୁ ସ୍ପର୍ଶ କରିବା ସହ ୧୩ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଓଡ଼ିଶାକୁ ବ୍ୟାପିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟ ତଥା ଜୁନ୍ମାସରେ ମୌସୁମୀ ପ୍ରଭାବରେ ଓଡ଼ିଶାରେ ଭଲ ବର୍ଷା ହୋଇଥିଲା। ପରବର୍ତୀ ସମୟରେ ବର୍ଷା ପରିମାଣ କମିବା ସହ ମରୁଡ଼ି ସ୍ଥିତି ଉପୁଜିଥିଲା। ଜୁନ୍ରେ ୧୧୫% ବର୍ଷା ହୋଇଥିବା ବେଳେ ଜୁଲାଇରେ ୬୫%, ଅଗଷ୍ଟରେ ୧୪୦%, ସେପ୍ଟେମ୍ବରରେ ୬୮% ଅକ୍ଟୋବର ୧ରୁ ୨୮ ତାରିଖ ମଧ୍ୟରେ ୧୬୨. ମିମି ବର୍ଷା ହୋଇଛି।

29/10/2020

Leave a Reply

Your email address will not be published. Required fields are marked *

Comments