Bikash Khabar
ବୈବାହିକ ଜୀବନ ଆରମ୍ଭ ପୂର୍ବରୁ ରକ୍ତଦାନ କଲେ ନବଦମ୍ପତ୍ତି

ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି ନବ ଦମ୍ପତ୍ତି ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧରେ ଗୁଣ୍ଠବନ୍ଧର ଧର୍ମରାଜ ପାତ୍ରଙ୍କ ବିବାହ ଉତ୍ସବ ଦିନ ଆୟୋଜିତ ହୋଇଛି ରକ୍ତଦାନ କାର୍ଯ୍ୟକ୍ରମ ଏଥିରେ ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ ବରଓ ସମ୍ମତି ପ୍ରକାଶ କରିଥିଲେ କନ୍ୟା ବ୍ରହ୍ମପୁରର ସବୁଜ ବାହିନୀ ଆଞ୍ଚଳିକ ବିକାଶ ପରିଷଦର ସହଯୋଗରେ ଆଜି ଗୁଣ୍ଠବନ୍ଧରେ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର ରକ୍ତଦାନ ଶିବିରରେ ପ୍ରଥମେ ନବଦମ୍ପତି ରକ୍ତଦାନ କରିଥିଲେ ଏହାପରେ ବିବାହ ଭୋଜିରେ ଯୋଗଦାନ କରିଥିବା ସମ୍ପର୍କୀୟ ମାନେ ରକ୍ତଦାନ କରିଥିଲେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରକ୍ତ ଅଭାବ ଦେଖାଯାଇଥିବା ଯୋଗୁଁ ବିବାହ ଭଳି ପବିତ୍ର କାର୍ଯ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବା ସହିତ ଅନେକ ଲୋକେ ରକ୍ତଦାନ କରିଥିବା ଯୋଗୁ ସମସ୍ତେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି

28/11/2020

Leave a Reply

Your email address will not be published. Required fields are marked *

Comments