Bikash Khabar
ସଂକ୍ରମିତ ସଂଖ୍ୟା କମିଲା ,କମୁନି ମୃତ୍ୟୁ ସଂଖ୍ୟା

ରାଜ୍ୟରେ କମୁଛି କରୋନାର କୋପ କିନ୍ତୁ ଖସୁନି  କରୋନା ଜନିତ ମୃତ୍ୟୁ ସଂଖ୍ୟା  ଗତ ୨୪ ଘଂଟାରେ ରାଜ୍ୟରେ ୮ଶହ ତଳକୁ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି ୩୦ ଜିଲ୍ଲାରୁ ୭୫୩ଟି ନୂଆ ମାମଲା ସାମ୍ନାକୁ ଆସିଛି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୪ଜଣ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ୩୧୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୮୬୫୯ରେ ପହଞ୍ଚିଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭  ମୁଣ୍ଡ ନେଇଛି ମହାମାରୀ ବରଗଡ଼ ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱର ରୁ ଜଣଙ୍କର ମୃତ୍ୟୁ ଘଟିଛି କୋଭିଡ ଟେଷ୍ଟ ହ୍ରାସ ପାଉଥିବାରୁ ସଂକ୍ରମିତ ବଢ଼ୁ ନାହାନ୍ତି କିନ୍ତୁ ସଂକ୍ରମିତ ଭିତରେ ଭିତରେ କାୟା ବିସ୍ତାର କରୁଥିବା କୁହାଯାଉଛି ଔଷଧ ଦୋକାନ ରେ ଭିଡ଼ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ଏହାର ଏକ ପ୍ରମୁଖ ସୂଚକ ବୋଲି ଚର୍ଚ୍ଚା ହେଉଛି ଏବେ ଏକମାତ୍ର ଆଶ୍ବସ୍ତି ଯେ ପ୍ରାୟ ୩୦ ଜିଲ୍ଲାରୁ ଶହେ ତଳେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭୫ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି   ତାପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲରୁ ୭୪ଟି ନୂଆ ମାମଲା ସାମ୍ନାକୁ ଆସିଛି  ସେହିପରି ଅନୁଗୁଳ ଜିଲ୍ଲାରୁ ୪୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୨ଜଣ, ବରଗଡ଼ ଜିଲ୍ଲାରୁ ୩୧ଜଣ, ଭଦ୍ରକ ଜିଲ୍ଲାରୁ ୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୧ଜଣ, ବୌଦ୍ଧ ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୪୧ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୧ଝଣ, ଜଗତସିଂହପୁର ଜିଲ୍ଲାରୁ ୨୬ଜଣ, ଯାଜପୁର ଜିଲ୍ଲାରୁ ୬ଜଣ, ଝାରସୁଗୁଡ଼଼ା ଜିଲ୍ଲାରୁ ୨୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪୭ଜଣ, କନ୍ଧମାଳ ଜିଲ୍ଲାରୁ ୧୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୬ଜଣ, କେନ୍ଦୁଝର ଜିଲ୍ଲାରୁ ୨୭ଜଣ, କୋରାପୁଟ ଜିଲ୍ଲାରୁ ୧୨ଜଣ, ମାଲକାନଗିରି ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୫ଝଣ, ନବରଙ୍ଗପୁର ଜିଲ୍ଲାରୁ ଜଣ, ନୟାଗଡ଼ ଜିଲ୍ଲାରୁ ୬ଜଣ, ନୂଆପଡ଼ା ଜିଲ୍ଲାରୁ ୬୫ଜଣ, ପୁରୀ ଜିଲ୍ଲାରୁ ୩୪ଜଣ, ରାୟଗଡ଼ା ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ଜଣ, ସୋନପୁର ଜିଲ୍ଲାରୁ ୭ଜଣ, ଷ୍ଟେଟ ପୁଲ୍ରୁ ୧୦ଜଣ ରହିଛନ୍ତି

15/11/2020

Leave a Reply

Your email address will not be published. Required fields are marked *

Comments