Bikash Khabar
ଅଗଷ୍ଟ ୧୨ ଯାଏଁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବାତିଲ

ଦେଶରେ କରୋନା ଭାଇରସ୍ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍କାରଣରୁ ଟ୍ରେନ୍ଚଳାଚଳ ପ୍ରଭାବିତ ହୋଇଛି। ଆରମ୍ଭରୁ କେବଳ ମାଲବାହୀ ଟ୍ରେନ୍ଚାଲିଥିବା ବେଳେ ପରେ ମେମାସ ତାରିଖ ଠାରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ସେବା ଆରମ୍ଭ ହୋଇଥିଲା। କିଛି ଅନ୍ୟ ସ୍ୱତନ୍ତ୍ର ଟ୍ରେନ୍ମଧ୍ୟ ରେଳଧାରଣାରେ ଗଡ଼ିଥିଲା। କିନ୍ତୁ ଏବେ ରେଳବାଇ ବୋର୍ଡ ନିଷ୍ପତ୍ତି ନେଇଛି ଯେ, ଆସନ୍ତା ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚାଲୁଥିବା ସମସ୍ତ ମେଲ, ଏକ୍ସପ୍ରେସ, ଯାତ୍ରୀ ଇଣ୍ଟରସିଟି ସେବା ବନ୍ଦ ରହିବ। ଏଥି ସହିତ ରେଳବାଇ ବୋର୍ଡ ନିର୍ଦ୍ଧାରଣ କରିଛି ଯେ, ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏଁ ଯାତ୍ରା ପାଇଁ ବୁକ ହୋଇଥିବା ସମସ୍ତ ଟିକେଟ ବାତିଲ ରହିବ। ଭାରତୀୟ ରେଳବାଇ ନିୟମିତ ଟ୍ରେନ ପାଇଁ ଏପ୍ରିଲ ୧୪ ଅଥବା ଏହା ପୂର୍ବରୁ ବୁକ ହୋଇଥିବା ସମସ୍ତ ଟିକେଟ ବାତିଲ କରିବାକୁ ଘୋଷଣା କରିଛି। ଏଥି ସହିତ ଏହି ଟିକେଟର ପୂରା ଫେରସ୍ତ ଦେବାକୁ କହିଛି। ରେଳବାଇ ବୋର୍ଡ କହିଛି ଯେ, ରେଳ ମନ୍ତ୍ରାଳୟ ଏହା ନିର୍ଦ୍ଧାରଣ କରିଛି ଯେ, ନିୟମିତ ଟେନ ଲାଗି ୨୦୨୦ ଏପ୍ରିଲ ୧୪ ପର୍ଯ୍ୟନ୍ତ ତଥା ଏହା ପୂର୍ବରୁ ବୁକ ହୋଇଥିବା ଟ୍ରେନ ଟିକେଟ ବାତିଲ କରାଯାଇଛି। ଏହି ଟିକେଟର ପୂରା ରାଶି ଫେରସ୍ତ କରାଯିବ।

26/06/2020

Leave a Reply

Your email address will not be published. Required fields are marked *

Comments