Bikash Khabar
ଓଡ଼ିଶାର ଜଳାଶୟରେ ୫୦୦୦ ମେଗାୱାଟ୍‌ ସୌର ଶକ୍ତିର ସମ୍ଭାବନା

ରାଜ୍ୟର ଜଳାଶୟଗୁଡ଼ିକରୁ ୫୦୦୦ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ସବୁଜ ଶକ୍ତି ବିକାଶ ନିଗମ କଂପାନି ଲିମିଟେଡ୍‌ (ଜିଇଡିସିଓଏଲ୍‌) ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ କହିଛନ୍ତି। ଅଟଳ ଇନକୁବେସନ ସେଣ୍ଟର୍ ନାଳନ୍ଦା ଇନଷ୍ଟିଚ୍ୟୁଟ୍ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜିତ ଜାତୀୟ ସୌର ଶକ୍ତି କନ୍କ୍ଲେଭ୍-୨୦୨୦ର ଉଦଯାପନି ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ଶ୍ରୀ ସେଠୀ କହିଛନ୍ତି ଯେ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ପାଇଁ ପ୍ରକାର ସୁପାରିସ କରାଯାଇଛି। ସେମାନେ କମ୍ପାକ୍ଟ ଫଟୋଭୋଲଟାଇଜ୍ ପ୍ୟାନେଲ୍ ବିକଶିତ କରିବା, ଦୃଢ଼ ତଥା ସୁଲଭ ବ୍ୟାଟେରି ପାଇଁ ଷ୍ଟୋରେଜ୍ ଜ୍ଞାନକୌଶଳ ବିକଶିତ କରିବା, ଉଚ୍ଚ ମାନର ସୌର ଉପକରଣ, ସୌର ପ୍ୟାନେଲ୍ଗୁଡ଼ିକ ଅଭିନବ ଢଙ୍ଗରେ ନିୟୋଜିତ କରିବା, ସୌର ପ୍ୟାନେଲ୍ ଉପକରଣଗୁଡ଼ିକର ରକ୍ଷଣାବେକ୍ଷଣ, ସୁଲଭ ମୂଲ୍ୟର ରୁଫ୍ ଟପ୍ ସୋଲାର ସିଷ୍ଟମ୍, ଜଳସେଚନ ପାଇଁ ମାଇକ୍ରୋ ମିନି ପମ୍ପସେଟ୍ ତିଆରି କରିବା, ୱାଟର ପ୍ୟୁରିଫାୟାର, ୱାଟର ହିଟର, ସୋଲାର କୁକର, ସୋଲାର ହୋମ୍ ଲାଇଟିଂ, ମାଇକ୍ରୋ ସୋଲାର ଗ୍ରିଡ୍ଏବଂ ସୌର ଶକ୍ତି ଦ୍ବାରା ପରିଚାଳିତ ଖେଳନା ଆଦି ବିକଣିତ କରିପାରିବେ। ଏହି ଅବସରରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷାର ଯୁଗ୍ମ ସଚିବ ଅଜୟ ନାୟକ ଉନକୁବେସନ କେନ୍ଦ୍ରଗୁଡ଼ିକର ପ୍ରୋତ୍ସାହନ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି।

05/12/2020

Leave a Reply

Your email address will not be published. Required fields are marked *

Comments