Bikash Khabar
ରାବଣମୂର୍ତ୍ତି ଓ ମୁଖା କଳାକାର ଏବେ ଵୃତ୍ତିହରା

କରୋନା କଟକଣା କୋହଳ ହେବା ପରଠାରୁ ବିଭିନ୍ନ ବର୍ଗର ଶ୍ରମିକ, ବେପାରୀ ବ୍ୟବସାୟିକ ପ୍ରତିଷ୍ଠାନ କିଛି କିଛି ରୋଜଗାର ପାଇଲେଣି। ବହୁ ଘରୋଇ ସଂସ୍ଥାର କିଛି କିଛି ଛଟେଇ କର୍ମଚାରୀ ପୁଣି ନିଯୁକ୍ତି ପାଇଲେଣି। ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା ବହୁ ପରିବାରରେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଆସୁଥିବା ଦେଖାଗଲାଣି। କିନ୍ତୁ ଏବେ ବି ବହୁ ବର୍ଗର ଶ୍ରମିକ କଳାକାର ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ଉପରୁ କରୋନା ସଂକଟ ଟଳିବା ନାଁ ଧରୁନାହିଁ। ବିଶେଷକରି କଳାକାରମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ସେମିତି ଅବସ୍ଥା ଏବେ ରାବଣ ମୂର୍ତ୍ତି କାରିଗରମାନଙ୍କର।ଦଶହରା ଦିନ ରାଜଧାନୀରେ ହୁଏ ରାବଣ ପୋଡ଼ି ତେଣୁ ରାବଣ ତିଆରିରେ ଲାଗିଥାନ୍ତି କାରିଗର। ଏମିତି ଜଣେ କାରିଗର ହେଉଛନ୍ତି ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ଛକ ନିକଟରେ ରହୁଥିବା ରାଜକିଶୋର ମହାପାତ୍ର। ଏଥିରେ ତାଙ୍କ ପୂରା ପରିବାର ନିୟୋଜିତ ହୋଇଥାନ୍ତି। ବିଶେଷକରି ତାଙ୍କ ସ୍ତ୍ରୀ ଶୋଭାମଣୀଙ୍କ ଅବଦାନ ବହୁତ। ରାଜକିଶୋର ଛାଞ୍ଚ ନିର୍ମାଣ କରୁଥିବାବେଳେ ଶୋଭା ରଙ୍ଗଚାଳନାରେ ମାହିର୍ ତାଙ୍କ ପରିବାର ଦୀର୍ଘ ୩୦ ବର୍ଷ ହେଲା ଏହି କାରବାରରେ ଲାଗିଛନ୍ତି। ଏଥିରୁ ପରିବାରର ଗୁଜୁରାଣ କିଛିଟା ମେଣ୍ଟିଯାଏ। ପ୍ରତିବର୍ଷ ଡମଣା ଛକ, ନହରକଣ୍ଟା, କୋରଡ଼କଣ୍ଟା, ବରମୁଣ୍ଡା ଆଦି କମିଟି ପକ୍ଷରୁ ବରାଦ ମିଳେ। ଏହାବାଦ୍ପୁରୀ ଜଟଣୀରୁ ମଧ୍ୟ ମୂର୍ତ୍ତି ବରାଦ ହୋଇଥାଏ। କିଛି କିଛି କମିଟି ୪୦ ଫୁଟ୍ରୁ ୪୫ଫୁଟ୍ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ରାବଣ ମୂର୍ତ୍ତି ବରାଦ କରନ୍ତି। ଏହି ରୋଜଗାରରୁ ଦଶହରା କୁମାରପୂର୍ଣ୍ଣିମା ଖର୍ଚ୍ଚ ପାଇଁ ଟଙ୍କା ଯୋଗାଡ଼ ହୋଇଯାଏ।

 

 

19/10/2020

Leave a Reply

Your email address will not be published. Required fields are marked *

Comments