Bikash Khabar
ବିଧାନସଭାରେ ଶିକ୍ଷା ସମ୍ପର୍କିତ ମୋସନ ଆଲୋଚନା

ବିଧାନସଭାରେ ତୃତୀୟ ଦିନ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଆସିଥିବା ମୋସନ ଉପରେ ଆଲୋଚନା କରାଯାଇଛି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିବା ପରେ ଏନେଇ ଆଲୋଚନା କରାଯାଇଥିଲା ଏହି ଅବସରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ସ୍କୁଲକୁ ବନ୍ଦ କରାଯାଇନାହିଁ ମିଶ୍ରଣ କରାଯାଇଛି ରାଜ୍ୟରେ ଏପରି ସ୍କୁଲ ରହିଛି ଯେଉଁଠି  ୮ଜଣ ଛାତ୍ରଛାତ୍ରୀରେ ଜଣ ଶିକ୍ଷକ ରହୁଛନ୍ତି ଯାହା ଯଥାର୍ଥ ନୁହେଁ ଯଦି ନାମଲେଖାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ ତେବେ ସେଠାରେ ସ୍କୁଲ ଚାଲିବ ସମସ୍ୟା ଥିଲେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ ବୋଲି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ତେବେ ରାଜ୍ୟରେ ୨୦ ରୁ କମ ପିଲା ଥିବା ୪୦ ରୁ କମ ପିଲା ଥିବା ୧୪ ହଜାର ସ୍କୁଲ ଚିହ୍ନଟ କରି ବନ୍ଦକରିଦେବାକୁ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଥିବା ନେଇ ଅଭିଯୋଗ ଉଠିଛି ଗତକାଲି ବିଧାନସଭାରେ ଜଣେ କଂଗ୍ରେସ ବିଧାୟକ ଭାବପ୍ରବଣ ହୋଇ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ରଖିଥିଲେ ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସ୍କୁଲ ବନ୍ଦନିଷ୍ପତ୍ତି ପ୍ରତ୍ୟାହାର ହେଲେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଥିଲେ

22/11/2020

Leave a Reply

Your email address will not be published. Required fields are marked *

Comments