Bikash Khabar
ଟୀକା ପାଇଁ ଗଢ଼ାହେଲା ରାଜ୍ୟ ଓ ଜିଲ୍ଲା କମିଟି

ପ୍ରଧାନମନ୍ତ୍ରୀ ଆଗାମୀ କିଛି ସପ୍ତାହ ମଧ୍ୟରେ ଟୀକା ଉପଲବ୍ଧ ହେବ ବୋଲି ସର୍ବଦଳୀୟ ବୈଠକରେ ସୂଚନା ଦେବାପରେ  ଟିକା ରାଜ୍ୟ ସରକାର ଟିକାକରଣକୁ ସୁଗମ କରିବା ପାଇଁ ଦୁଇଟି କମିଟି ଗଠନ କରିଛନ୍ତି। ପରିବାର କଲ୍ୟାଣ ନିର୍ଦେଶକ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଥିବା ବେଳେ ସିଡିଏମ୍ଓଙ୍କୁ ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏହି ଦୁଇ କମିଟିର ରାଜ୍ୟରେ ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟା ନିରୀକ୍ଷଣ ସହିତ ୯ଟି ଦିଗ ଉପରେ ନଜର ରଖିବା ଲାଗି କୁହାଯାଇଛି। ନେଇ ଆଜି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ପାଇଁ ଟିକା ପ୍ରସ୍ତୁତି ଜୋରଦାର ହୋଇଛି। ଏକାଧିକ କମ୍ପାନିର ଟିକାର ଏବେ ପ୍ରସ୍ତୁତି ଜାରି ରହିଛି। ତେଣୁ ଖୁବଶୀଘ୍ର ଟିକା ବଣ୍ଟନ କରାଯିବା ନେଇ ଆଶା ସଞ୍ଚାରହୋଇଛି। ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ୨୧ ଜଣିଆ ରାଜ୍ୟସ୍ତରୀୟ ଟିମ୍ ଗଠନ କରାଯାଇଛି। ପରିବାର କଲ୍ୟାଣ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ରାଜ୍ୟ ଟିକାକରଣ ଅଧିକାରୀ ସଦସ୍ୟ ସଚିବ ଅନ୍ୟମାନେ ସଦସ୍ୟ ରହିଛନ୍ତି। ଏହି ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କରିବା ସହିତ ଟିକାକରଣ ସ୍ଥାନ କୋଲ୍ ଚେନ୍ ଷ୍ଟୋର ପରିଦର୍ଶନ କରିବା ଲାଗି କୁହାଯାଇଛି। ସେହିପରି ସିଡିଏମ୍ଓଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ କମିଟିରେ ଏପିଏଚ୍ ସଦସ୍ୟ ସଚିବ ରହିଥିବା ବେଳେ ସମୁଦାୟ ୧୪ଜଣ ସଦସ୍ୟ ରହିଛନ୍ତି।

06/12/2020

Leave a Reply

Your email address will not be published. Required fields are marked *

Comments