Bikash Khabar
ଜମା ପାଇଁ ୧୭ଟି ବ୍ୟାଙ୍କ ଚିହ୍ନଟ କଲେ ରାଜ୍ୟ ସରକାର

ରାଜ୍ୟ ସରକାରୀଙ୍କ ଅଧୀନରେ ଥିବା ଉଦ୍ୟୋଗ (ପିଏସ୍ୟୁ) ସ୍ବୟଂଶାସିତ ସଂସ୍ଥାଗୁଡ଼ିକ ୧୭ଟି ବ୍ୟାଙ୍କ ସହ କାରବାର କରିପାରିବେ। ରାଜ୍ୟ ସରକାର ଏହି ବ୍ୟାଙ୍କଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ମଧ୍ୟରେ ୧୦ଟି ସରକାରୀ, ୪ଟି ଘରୋଇ ୩ଟି ଗ୍ରାମ୍ୟ ବ୍ୟାଙ୍କ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ରହିଛି। ସରକାରୀ ବ୍ୟାଙ୍କଗୁଡ଼ିକ ହେଉଛି କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ଇଣ୍ଡିଆ, ବ୍ୟାଙ୍କ ଅଫ୍ବରୋଦା, ୟୁକୋ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ରାଜ୍ୟ ପିଏସ୍ୟୁ ସ୍ବୟଂଶାସିତ ସଂସ୍ଥାଗୁଡ଼ିକୁ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଏସ୍ସିବି) ସହ ମଧ୍ୟ କାରବାର କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରାଜ୍ୟ ପିଏସ୍ୟୁ ସ୍ବୟଂଶାସିତ ସଂସ୍ଥାଗୁଡ଼ିକର ବ୍ୟାଙ୍କ କାରବାର ଜମା ପରିଚାଳନା କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ ବିଭିନ୍ନ ପ୍ରକାର ମାନଦଣ୍ଡ ବିଚାରକୁ ନେଇ ଏହି ବ୍ୟାଙ୍କଗୁଡ଼ିକୁ ଚିହ୍ନଟ କରାଯାଇଛି। ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ଠାରୁ ମିଳିଥିବା ସୂଚନା ଆଧାରରେ ଋଣ ଜମା ଅନୁପାତ, କୃଷି, ଅଗ୍ରାଧିକାର କ୍ଷେତ୍ରକୁ ଋଣ, ଏସ୍ଏଚ୍ଜି ଲିଙ୍କେଜ୍, ବ୍ୟାଙ୍କ ପହଞ୍ଚିନଥିବା ଗ୍ରାମ ପଞ୍ଚାୟତରେ ଶାଖା, ଗ୍ରାମୀଣ ବ୍ୟାଙ୍କିଙ୍ଗ୍ନେଟ୍ୱର୍କ, ବିସି ଶିକ୍ଷା ଋଣ ଆଦି ମାନଦଣ୍ଡ ଆଧାରରେ ବ୍ୟାଙ୍କଗୁଡ଼ିକର ସ୍କୋର କାର୍ଡ ପ୍ରସ୍ତୁତ କରାଯାଇଥିଲା। ଗ୍ରାମାଞ୍ଚଳରେ ୧୦୦ରୁ ଅଧିକ ଶାଖା ଥିବା ସହ ୫୦%ରୁ ଅଧିକ ସ୍କୋର୍କରିଥିବା ବ୍ୟାଙ୍କଗୁଡ଼ିକୁ କାରବାର ପାଇଁ ଚିହ୍ନଟ କରାଯାଇଛି।କେତେକ ନିର୍ଦିଷ୍ଟ କାରଣ ଦର୍ଶାଇ ରାଜ୍ୟ ସରକାର ଯେ କୌଣସି ସମୟରେ ଯେକୌଣସି ବ୍ୟାଙ୍କକୁ ତାଲିକାରୁ ବାଦ ଦେଇପାରିବେ।

 

12/12/2020

Leave a Reply

Your email address will not be published. Required fields are marked *

Comments