Bikash Khabar
ଘରୋଇ ହସ୍ପିଟାଲରେ୨୨ଶହ ଟଙ୍କା ରେ ହେବ କୋଭିଡ ପରୀକ୍ଷା , ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

 ଏଣିକି ଘରୋଇ ହସ୍ପିଟାଲରେ କୋଭିଡ୍ପରୀକ୍ଷା କଲେ ରୋଗୀଙ୍କୁ ସର୍ବାଧିକ ୨୨ଶହ ଟଙ୍କା ଖର୍ଚ କରିବାକୁ ହେବ। ପୂର୍ବରୁ ଘରୋଇ ହସ୍ପିଟାଲରେ କୋଭିଡ୍ପରୀକ୍ଷା ପାଇଁ ରୋଗୀଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଥିଲା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଏବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କୁ ଅନେକ ସମୟରେ ଚିକିତ୍ସା ପାଇଁ ମନା କରାଯାଉଥିବା ଅଭିଯୋଗ ହୋଇଥିଲା। ପରବର୍ତୀ ସମୟରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଜରୁରୀ ଅବସ୍ଥାରେ ଆସିଥିବା ରୋଗୀମାନଙ୍କୁ ସ୍ବତନ୍ତ୍ର ଆଇସୋଲେସନ୍ୱାର୍ଡରେ ରଖି ଚିକିତ୍ସା କରିବା ପାଇଁ ତାଗିଦ୍ କରିଥିଲେ। ସନ୍ଦିଗ୍ଧଙ୍କ କୋଭିଡ୍ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅନ୍ୟତ୍ର ରେଫର କରିବା ନେଇ ବାରଣ କରିଥିଲେ। ତେଣୁ ଘରୋଇ ହସ୍ପିଟାଲରେ କୋଭିଡ୍ପରୀକ୍ଷା କରୁଥିବା ରୋଗୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସାଢ଼େ ୪ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ମାତ୍ର ଏବେ ରୋଗୀ ଅଧା ଟଙ୍କାରେ ନିଜର ପରୀକ୍ଷା କରିପାରିବେ।ଆଇସିଏମ୍ଆର ପକ୍ଷରୁ ରାଜ୍ୟରେ ସମୁଦାୟ ୨୧ଟି ଲ୍ୟାବ୍କୁ କୋଭିଡ୍ପରୀକ୍ଷା ପାଇଁ ଅନୁମତି ମିଳିଥିବା ବେଳେ ତହିଁରେ ୫ଟି ଘରୋଇ ଲ୍ୟାବ୍ ରହିଛନ୍ତି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲ ଡିଏନଏ ଲାଇଫ ସାଇନ୍ସ କିଟ୍ଟିବିଆଇକୁ ଆର-ଟିପିସିଆର ପାଇଁ ଅନୁମତି ଥିବା ବେଳେ ଆମ୍ରି ହସ୍ପିଟାଲ କିମ୍ସରେ ସିବିନାଟ ମେସିନ୍ରେ ପରୀକ୍ଷା ପାଇଁ ଆଇସିଏମ୍ଆର ଅନୁମତି ଦେଇଛି। ପୂର୍ବରୁ କେନ୍ଦ୍ର ସରକାର ଘରୋଇ ଲ୍ୟାବ୍ରେ କୋଭିଡ୍ପରୀକ୍ଷା ନେଇ ସର୍ବାଧିକ ସାଢ଼େ ୪ହଜାର ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟରେ ଏହି ଦରକୁ କମାଇ ଦେଇଥିଲେ। ଓଡ଼ିଶା ସରକାର ମଧ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି।

26/06/2020

Leave a Reply

Your email address will not be published. Required fields are marked *

Comments