Bikash Khabar
ଦରଜୀଙ୍କ ପୁଅ ହେଲେ ଆଇଏଏସସ

ମଙ୍ଗଳବାର ପ୍ରକାଶ ପାଇଛି ୟୁପିଏସସି ପରିଚାଳିତ ସର୍ବଭାରତୀୟ ପ୍ରସାଶନିକ ପରୀକ୍ଷା ଫଳ। ଏଥିରେ ହରିୟାଣା ଜଣେ କୃଷକ ଙ୍କ ପୁଅ ପ୍ରଦୀପ ସିଂହ ସର୍ବଭାରତୀୟ ଟପର ହୋଇଥିବା ବେଳେ ଓଡିଶା ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୩ସ୍ଥିତ ପ୍ଲଟ୍ନମ୍ବର ୧୯୫ରେ ରହୁଥିବା ମହିଳା ଟେଲର ମିନତିଙ୍କ ପୁଅ କୁମାର ବିଶ୍ବରଂଜନ ୟୁପିଏସ୍ସି ପରୀକ୍ଷାରେ ୧୮୨ ରୢାଙ୍କ୍ରେ ଉତ୍ତୀର୍ଣ୍ଣ ହୋଇ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି।ଜଗତସିଂହପୁର ଜିଲ୍ଲା ବେରୁଆଁର ମୂଳ ବାସିନ୍ଦା କୁମାର ବିଶ୍ବରଂଜନ ପିଲାବେଳେ ଅଭାବକୁ ସାମ୍ନା କରିଛନ୍ତି। ମାତ୍ର ଏହାକୁ ଆଳ କରି ସେ କେବେ ପାଠରେ ପଛେଇ ନାହାନ୍ତି। ପିଲାବେଳୁ ଅଭାବ ଭିତରେ ବଢ଼ିଥିଲେ ବି ସଫଳତାର ରାସ୍ତାରେ କେବେ ଏହା ବିଶ୍ବରଂଜନଙ୍କ ପାଇଁ ବାଧକ ହୋଇନାହିଁ। ମାମିନତି ଟେଲରିଂ କରୁଥିବା ବେଳେ ବାପା ବେଣୁଧର ଗାଁରେ ଚାଷବାସ କରନ୍ତି। ଯାହା ବି କରୁଛ ସେଥିରେ ଯେ ଶ୍ରେଷ୍ଠତ୍ବ ପ୍ରାପ୍ତି କରିବା ଆବଶ୍ୟକ; ତାହା ସବୁବେଳେ ବିଶ୍ବରଂଜନ ତାଙ୍କ ମାଙ୍କୁ ଅନୁସରଣ କରି ଶିଖିଛନ୍ତି। ୨୦୦୩ ମସିହା ବେଳକୁ ମିନତି ନୀଳାଦ୍ରିବିହାରରେ ଗୋଟିଏ ଘର ଭଡ଼ା ନେଇ ଟେଲରିଂ କାମ ଆରମ୍ଭ କରିଥିଲେ। ମାତ୍ର ସେ ଏମିତି କାମ କଲେ ଯେ ଧୀରେଧୀରେ ତାଙ୍କ ପ୍ରସିଦ୍ଧି ସେ ଅଞ୍ଚଳରେ ବ୍ୟାପ୍ତ ହୋଇଗଲା। ବହୁତ ବଡ଼ ବଡ଼ ଲୋକ ଧୀରେଧୀରେ ମିନତିଙ୍କ ପାଖରେ ଟେଲରିଂ କାମ କରେଇଲେ। ଏହା ଦେଖି ବଡ଼ ହୋଇଥିବା ବିଶ୍ବରଂଜନ ବି ସେହିଭଳି ପାଠ କର୍ମର ଶ୍ରେଷ୍ଠ ସୋପାନରେ ପହଞ୍ଚିବାକୁ ନିଜେ ନିଜ ସହ ପ୍ରତିଯୋଗିତା କରୁଥିଲେ।ମାଟ୍ରିକ୍ରେ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ିବା ବେଳେ ସେ ସମଗ୍ର ଓଡ଼ିଶାରେ ୬ଷ୍ଠ ସ୍ଥାନରେ ଏବଂ ବିଜେବିରେ ପଢ଼ିବା େଳେ + ବିଜ୍ଞାନରେ ସମଗ୍ର ରାଜ୍ୟରେ ୮ମ ସ୍ଥାନ ଅକ୍ତିଆର କରିଥିଲେ। ୧୦ମ ପରେକୋଚିଂ ନେବାର ଆବଶ୍ୟକତା ଥିବା ବେଳେ ତାଙ୍କ ପାଇଁ ଭଗବାନ ସଦୃଶ ସାହା ହୋଇଥିଲେ ଫିଜିକ୍ସ ଶିକ୍ଷକ ପ୍ରଶାନ୍ତ ସାମଲ। ବିନା ପାରିଶ୍ରମିକରେ ସେ ବିଶ୍ବରଂଜନଙ୍କୁ କୋଚିଂ ଦେଇଥିଲେ। ଫଳସ୍ବରୂପ + ପରେ ବିଶ୍ବରଂଜନ ଆଇଆଇଟି ଗୌହାଟିରେ ବି-ଟେକ୍ପଢ଼ିପାରିଥିଲେ। ପରେ ସେ କିଛି ମାସ ଚାକିରି ମଧ୍ୟ କରିଥିଲେ। ଆଇଆଇଟି ପଢ଼ିବା େଳେ ନିଜ ସହପାଠୀମାନେ ୟୁପିଏସ୍ସି ପ୍ରସ୍ତୁତି କରୁଥିବାର ଜାଣି ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୨୦୧୬ ନଭେମ୍ବର ମାସରେ ଚାକିରି ଛାଡ଼ି ଦେଇଥିଲେ। ଦିଲ୍ଲୀ ଯାଇ ସେଠାରୁ ପାଠ୍ୟ ପୁସ୍ତକ ସଂଗ୍ରହ କରି ଘରେ ହିଁ ପ୍ରସ୍ତୁତି କରିଥିଲେ।

05/08/2020

Leave a Reply

Your email address will not be published. Required fields are marked *

Comments