Bikash Khabar
ତିନି ଗାଉଁଲି ମହିଳା ଅଢେଇ ବର୍ଷରେ ଠିଆ କରିଦେଲେ ଦେଢ କୋଟି ଟଙ୍କାର କମ୍ପାନୀ

ହେଉଛି ରାଜସ୍ଥାନ ଧୋଳପୁର ଜିଲାର ମହିଳାଙ୍କ କାହାଣୀ, ଯାହା ଆମକୁ ଘଟଣା ଭଳି ଲାଗେ ଏମାନେ ଏମିତି କିଛି କରିଦେଖାଇଛନ୍ତି ଯାହା ଅନ୍ୟ ମହିଳାଙ୍କ ପାଇଁ ନିଶ୍ଚିତଭାବେ ପ୍ରେରଣା ଉତ୍ସ ଛୋଟ ବେପାରକୁ କିଭଳି ବଡ କରାଯାଏ, ତାହା ଏହି ମହିଳା ପ୍ରମାଣିତ କରି ଦେଖାଇଛନ୍ତି ପାଠ ବେଶି ପଢିନାହାନ୍ତି; ଅଥଚ ସମୟ ପରିଶ୍ରମର ମୂଲ୍ୟକୁ ବେଶ୍ ବୁଝିଛନ୍ତି। ମଫସଲରେ ଜନ୍ମିତ ଏହି ମହିଳା ମାତ୍ର ଅଢେଇ ବର୍ଷରେ ଦେଢ କୋଟି ଟଙ୍କାର କମ୍ପାନୀ ଛିଡା କରାଇ ଆଖପାଖର ୮୦୦ ମହିଳାଙ୍କୁ ଯୋଗାଇଛନ୍ତି ଦାନାପାଣି କମ୍ପାନୀର ଅଧ୍ୟକ୍ଷ ଭାବେ କାମ କରୁଥିବା ଅନିତା କହିଛନ୍ତି ପ୍ରଥମେ ସେ ଘରୁ ବାହାରକୁ ଆସୁନଥିଲେ ଏବେ ଜୟପୁର ପର୍ଯ୍ୟନ୍ତ ଯାଉଛନ୍ତି ଏବଂ ଆତ୍ମସନ୍ତୋଷ ଭରା ନିଃଶ୍ଵାସ ନେଇପାରୁଛନ୍ତି ନିଜକୁ ରୋଜଗାର ମିଳିଯାଇଛି ଏବଂ ଅନ୍ୟଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରୁଛନ୍ତି ଆଜି କାହା ଆଗରେ ହାତ ପତାଇବାକୁ ପଡୁନି ଆଜି ମୋ ପରିବାର ଏକ ଆଦର୍ଶ ପରିବାର ହୋଇଛି ସେ ଦ୍ଵାଦଶ ପର୍ଯ୍ୟନ୍ତ ପଢିଛନ୍ତି କମ୍ପାନୀର ଉପାଧ୍ୟକ୍ଷ ଭାବେ କାମ କରୁଛନ୍ତି ହରିପ୍ୟାରୀ ସେ କହିଛନ୍ତି ପୂର୍ବରୁ ଘରର ଚାରିକାନ୍ଥ ମଧ୍ୟରେ କଏଦୀଙ୍କ ଭଳି ରହୁଥିଲେ ଆବଶ୍ୟକ ଜିନିଷ ପାଇଁ ମଧ୍ୟ ଅନେକ ସମୟରେ ମୁହଁ ଖୋଲିନପାରି ସାଲିସ କରିବାକୁ ପଡୁଥିଲା ଏବେ ଯାହା ମନ କରୁଛି ତାହା କିଣିବାକୁ ସକ୍ଷମ ହୋଇଛି ଶ୍ଵଶୁର ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଜଳସେଚନ ଲାଗି ଗୋଟିଏ ନଳକୂପ ମଧ୍ୟ ଖନନ କରାଯାଇପାରୁ ନଥିଲା ହେଲେ ସେ ଏବେ କମ୍ପାନୀରୁ ଆୟ କରି ଗୋଟିଏ ନଳକୂପ ଖନନ କରିଛନ୍ତି ସେ ୧୦ମ ପର୍ଯ୍ୟନ୍ତ ପଢିଛନ୍ତି କମ୍ପାନୀର କୋଷାଧ୍ୟକ୍ଷ ଭାବେ କାମ କରୁଛନ୍ତି ବିଜୟା ଶର୍ମା ସେ ଦର୍ଶାଇଛନ୍ତି ଏବେ ସେ ନିଜ ଆୟରେ ଖର୍ଚ୍ଚ କରୁଛନ୍ତି ପିଲାଙ୍କୁ ମଧ୍ୟ ଭଲ ସ୍କୁଲରେ ପଢାଇ ପାରୁଛନ୍ତି, ଭଲ ପିନ୍ଧିବାକୁ ଦେଇପାରୁଛନ୍ତି ଏବେ ଆବଶ୍ୟକତା ପାଇଁ କାହାରିକୁ ଅର୍ଥ ମାଗୁନାହାନ୍ତି ସେ ୧୦ମ ପର୍ଯ୍ୟନ୍ତ ପଢିଛନ୍ତି ଅନିତା, ହରିପ୍ୟାରୀ ବିଜୟା ଶର୍ମା ଏମାନେ ଆର୍ଥିକ ଅନଗ୍ରସର ପରିବାରରୁ ଆସିଛନ୍ତି ଦେଶର କୋଟିକୋଟି ପରିବାର ଭଳି ଏମାନଙ୍କ ପରିବାର ମଧ୍ୟ ଦାନପାଣି ଲାଗି ନିତ୍ୟ ସଂଘର୍ଷ କରୁଥିଲା ତେଣୁ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ଲାଗି ନିଜେ କିଛି କରିବାକୁ ସ୍ଵପ୍ନ ଦେଖିଥିଲେ ଶେଷରେ ସରଳ ଛୋଟ ଉପାୟରେ ଅର୍ଥ ରୋଜଗାର କରିବାକୁ ପାଦ ବଢାଇଥିଲେ କ୍ଷୀର କିଣୁଥିବା ଲୋକଙ୍କଠାରୁ ଧାର ନେଇ ମଇଁଷି କିଣିଥିଲେ ଏବଂ କ୍ଷୀର ବିକି ଏହି ଧାରକୁ ଶୁଝୁଥିଲେ ତେବେ ବଜାର ଦରଠାରୁ କମ୍ ମୂଲ୍ୟରେ ଲୋକେ କ୍ଷୀର ନେଉଥିବାରୁ ପରିଶ୍ରମ ଅନୁଯାୟୀ ବିଶେଷ ଲାଭ ବାହାରୁ ନଥିଲା ଏହାପରେ ଅନିତା, ହରିପ୍ୟାରୀ ବିଜୟା ମିଶିକରି ଏକ କମ୍ପାନୀ ଗଢିବାକୁ ସ୍ଥିର କରିଥିଲେ ପ୍ରାରମ୍ଭିକ ପୁଞ୍ଜି ପାଇଁ ଏମାନେ ଏକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ବ୍ୟାଙ୍କରୁ ଋଣ ନେଲେ ୨୦୧୩ ଅକ୍ଟୋବର ୧ରେ ଏକ ଲକ୍ଷ ଟଙ୍କା ମୂଲ୍ୟରେ ସହେଲୀ ପ୍ରଡ୍ୟୁସରନାମରେ ଉତ୍ପାଦନ କମ୍ପାନୀ ସ୍ଥାପନ କରିଥିଲେ ମଞ୍ଜଲୀ ଫାଉଣ୍ଡେସନର ନିର୍ଦେଶନ ସଞ୍ଜୟ ଶର୍ମାଙ୍କ ବୈଷୟିକ ସହାୟତାରେ କରିମପୁର ଗାଁରେ କ୍ଷୀର ପ୍ଲାଣ୍ଟ ସ୍ଥାପନ ହୋଇଥିଲା କମ୍ପାନୀର ସେୟାରକୁ ଗ୍ରାମାଞ୍ଚଳର ମହିଳାଙ୍କୁ ବିକ୍ରି କରଯାଇଥିଲା ଏବେ କମ୍ପାନୀରେ ୮୦୦ ଗ୍ରାମାଞ୍ଚଳ ମହିଳା ଅଂଶୀଦାର ହୋଇଛନ୍ତି ମାତ୍ର ଦେଢ ବର୍ଷରେ ଏକ ଲକ୍ଷ ଟଙ୍କାର ପୁଞ୍ଜିରୁ ଆରମ୍ଭ ହୋଇଥିବା କମ୍ପାନୀର କାରବାର ଏବେ  ଦେଢ କୋଟି ଟଙ୍କାରେ ପହଞ୍ଚିଛି

 

 

 

18/11/2020

Leave a Reply

Your email address will not be published. Required fields are marked *

Comments