Bikash Khabar
ଆସିଛି ପର୍ଯ୍ୟଟନ ଋତୁ,ସଜେଇ ହୋଇଛି ଅଂଶୁପା

କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅଧିନ ଅଂଶୁପା ଏକ ମଧୁର ହ୍ରଦ ଭାବରେ ମାନ୍ୟତା ପାଇଛି ପ୍ରକୃତିକ ଶୋଭାରାଜି ବିମଣ୍ଡିତ ସରଣ୍ଡାଗଡର ପାଦ ଦେଶରେ ଅବସ୍ଥିତ ଅଂଶୁପା ହ୍ରଦର ମଧୁର ଶୀତଳ ନୀଳ ଜଳରାଶି ପର୍ଯ୍ୟଟକଙ୍କୁ ବେଶ୍ଆକୃଷ୍ଟ କରିବାରେ ସକ୍ଷମ ହୋଇଛି। ଶୀତ ଋତୁ ଆସିଲେ ରାଜ୍ୟର ବହୁ ପର୍ଯ୍ୟଟକଙ୍କର ସୁଅ ଛୁଟେ ଏହି ସ୍ଥାନକୁ। ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟିଙ୍କ ଦ୍ୱାରା ଅଂଶୁପା ହ୍ରଦ କୂଳରେ ପ୍ରକୃତିକ ଉଦ୍ୟାନର ଉନ୍ନତି କରଣ ଅବ୍ୟାହତ ରହିଛି। ବିଗତ ଦିନରେ ଅଂଶୁପା ବକ୍ଷରେ ନାଗା ଦଳ ଭର୍ତ୍ତି ହୋଇ ସୌନ୍ଦର୍ଯ୍ୟକୁ ନଷ୍ଟ କରିଥିଲା। ପର୍ଯ୍ୟାୟ କ୍ରମେ ଦଳକୁ ସଫା କରି ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରାଯାଇଛି ମାର୍ଚ୍ଚ ମାସରୁ କୋଭିଡ୍କଟକଣାରେ ଦୀର୍ଘ ୬ମାସ କାଳ ଅଂଶୁପା ପର୍ଯ୍ୟଟନ ସ୍ଥଳକୁ ପ୍ରବେଶ ନିଶେଦ୍ଧ କରାଯାଇଥିଲା। ବହୁ ପର୍ଯ୍ୟଟକ ସ୍ଥାନୀୟ ଅଞ୍ଚଳର ଜୀବନ ଜିବୀକା ଅନୁରୂପ ଭାବରେ ପ୍ରଭାବିତ ହୋଇଥିଲା। ଅଗଷ୍ଟ ମାସ ଶେଷ ସପ୍ତାହରେ ମହାନଦୀର ମଧ୍ୟମ ଧରଣର ବନ୍ୟା ଜଳ ଅଂଶୁପା ମଧ୍ୟକୁ ପ୍ରବେଶ କଲାପରେ କୂଳସ୍ଥିତ ପ୍ରକୃତିକ ଉଦ୍ୟାନ ସୌନ୍ଦର୍ଯ୍ୟୀ କରଣ ନଷ୍ଟ ହୋଇଥିଲା। ଅକ୍ଟୋବର ମାସରେ ପର୍ଯ୍ୟଟନ କ୍ଷେତ୍ର ପାଇଁ କୋଭିଡ୍କଟକଣା କୋହଳ ହେଲାପରେ ଅକ୍ଟୋବର ୪ତାରିଖରୁ ଅଂଶୁପାର ପ୍ରାକୃତିକ ଶୋଭାକୁ ପରିପୂର୍ଣ୍ଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର କାର୍ଯ୍ୟ ଲାଗିରହିଥିଲା।

25/11/2020

Leave a Reply

Your email address will not be published. Required fields are marked *

Comments