Bikash Khabar
ଜୁନ ପହିଲାରୁ ଗଡିବ ଟ୍ରେନ,ଆଜିଠୁ ଅନଲାଇନ ରେ ଟିକେଟ ବିକ୍ରି

 ଜୁନ୍ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍‌-ଏସି ଟ୍ରେନ୍ଚଳାଚଳ କରିବ। ଏହିକ୍ରମରେ ପୂର୍ବତଟ ରେଳପଥ ମଧ୍ୟରେ ୧୨ ଯୋଡ଼ା ଟ୍ରେନ୍ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଗୁରୁବାର(ମେ୨୧)ରୁ କେବଳ ଅନ୍ଲାଇନ୍‌(ଆଇଆରସିଟିସି ୱେବସାଇଟ୍‌)ରେ ଟିକେଟ୍ବୁକିଂ କରାଯାଇପାରିବ। କୌଣସି ବି ଷ୍ଟେସନରେ ଟିକେଟ୍ବିକ୍ରି ହେବ ନାହିଁ। ତେଣୁ ଯାତ୍ରୀମାନେ ଟିକେଟ୍କିଣିବା ପାଇଁ ଷ୍ଟେସନ ଆସିବାର ଆବଶ୍ୟକତା ନାହିଁ। ଟ୍ରେନ୍ଗୁଡ଼ିକର ସମୟ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍ଡାଉନ୍ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ବତନ୍ତ୍ର ଟ୍ରେନ୍ଚଳାଚଳ କରିବ। କିଛି ଟ୍ରେନ୍ଓଡ଼ିଶାକୁ ଛାଡ଼ିବାକୁ ଥିବା ବେଳେ ଆଉ କେତେକ ଟ୍ରେନ୍ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରିବ। ଭୁବନେଶ୍ବର-ମୁମ୍ବାଇ ମଧ୍ୟରେ କୋଣାର୍କ ଏକ୍ସପ୍ରେସ୍ଚାଲିବ। ଭୁବନେଶ୍ବର-ହାୱଡା ମଧ୍ୟରେ ଜନଶତାଦ୍ଧି ଏକ୍ସପ୍ରେସ୍, ପୁରୀ-ନୂଆଦିଲ୍ଲୀ ମଧ୍ୟରେ ପୁରୁଷୋତ୍ତମ ଏକ୍ସପ୍ରେସ୍, ପୁରୀ-ସିଆଲଦା(କୋଲକାତା) ମଧ୍ୟରେ ଦୂରନ୍ତ ଏକ୍ସପ୍ରେସ୍, ବିଶାଖାପାଟଣାରୁ ନୂଆଦିଲ୍ଲୀକୁ ଏପି ଏକ୍ସପ୍ରେସ୍, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍ଚଳାଚଳ କରିବ। ଏହାବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍, ଧାନବାଦ-ଆଲପୁଝା ଏକ୍ସପ୍ରେସ୍ ହାୱଡା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ୍, ହାୱଡାରୁ ମୁମ୍ବାଇ, ହାୱଡାରୁ ଅହମ୍ମଦାବାଦ, ହାୱଡାରୁ ବଡ଼ବିଲ୍ସ୍ବତନ୍ତ୍ର ଏକ୍ସପ୍ରେସ୍ଯାତାୟତ କରିବ। ଏହି ଟ୍ରେନ୍ ଗତିପଥ ସମୟ ନେଇ ଖୁବ୍ଶୀଘ୍ର ଘୋଷଣାକରାଯିବ। ଆହୁରି କୁହାଯାଇଛି ଯେ ୩୦ ଦିନ ଆଗୁଆ ଟିକେଟ୍ବୁକିଂ କରାଯାଇପାରିବ ଚୂଡ଼ାନ୍ତ ଯାତ୍ରୀ ତାଲିକା ପ୍ରସ୍ତୁତ ହେବା ପରେୱେଟ୍ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଚଢ଼ିବାକୁ ଅନୁମତି ନାହିଁ। ତତ୍କାଳ ଟ୍ରେନ୍ଟିକେଟ୍ସୁବିଧା ନାହିଁ। ଟ୍ରେନ୍ଭଡ଼ା ସହ ଖାଇବା ପାଇଁ କୌଣସି ଶୁଳ୍କ ଆଦାୟ ହେବ ନାହିଁ। ଯାତ୍ରୀମାନେ ଆଇଆରସିଟିସିରୁ ସୀମିତ ଖାଦ୍ୟ ପାନୀୟ ବରାଦ କରିପାରିବେ।

21/05/2020

Leave a Reply

Your email address will not be published. Required fields are marked *

Comments