Bikash Khabar
ଲାଲ ବାହିନୀ ବିରୁଦ୍ଧରେ ଗରଜିଲେ ଆଦିବାସୀ

ଆଉ ଚାଲିବନି ମାଓ ହୁକୁମ ଆମେ ତୁମ ଆଦେଶ ଆଉ ମାନିବୁନି ଆମ ଗାଁରେ ପ୍ରବେଶ କରି ଆମକୁ ନାଲି ଆଖି ଦେଖାଇଲେ ସହିବୁନି। ଏମିତି ସାହସର ସହିତ ଏବେ କହିପାରୁଛନ୍ତି ମାଲକାନଗିରି ଆଦିବାସୀ ନିଜ ସୁରକ୍ଷା ପାଇଁ ନିଜେ  ହାତରେ ଧନୁ ତୀର ଧରି ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀ ଗାଁ ଲୋକେ ଏକାଠି ହୋଇ  ଜଗିଛନ୍ତି ଲାଲ ଦୁର୍ଗ ଉପରେ ନଜର ରଖିଛନ୍ତି  ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ, ସମସ୍ତେ ଦେଉଛନ୍ତି ପହରା ହାତରେ ଧନୁତୀର, ବର୍ଚ୍ଛା, କଟୁରୀ, ଟାଙ୍ଗିଆ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ ସୁରକ୍ଷା ପାଇଁ ପଣ କରିଛନ୍ତି ଅଞ୍ଚଳବାସୀଙ୍କ ଧନ ଜୀବନ ପ୍ରତି ଥିବା ବିପଦର ମୁକାବିଲା କରିବା ଏବଂ ମାଓବାଦୀଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ନିଜ ଇଚ୍ଛାରେ ସିପାହୀ ସାଜିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ଏତେ ଭୟଭୀତ ଯେ, ଗାଁରେ ମହିଳାମାନେ ପାନୀୟ ଜଳ ପାଇଁ ଗାଁ ମୁଣ୍ଡରେ ଥିବା ନାଳକୁ ଗଲେ ପୁରୁଷମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି ମାଓବାଦୀଙ୍କ ବର୍ବରତା କୁ ଅତି ପାଖରେ ଦେଖୁଥିବା ଗ୍ରାମବାସୀ ଏବେ ଗାଁକୁ ମାଓବାଦୀଙ୍କ କବଳରୁ ମୁକ୍ତ ପାଇଁ ଅଂଟାଭିଡି ବାହାରିବା ଏକ ଭଲ ପ୍ରୟାସ

07/12/2020

Leave a Reply

Your email address will not be published. Required fields are marked *

Comments