Bikash Khabar
ଅନ୍ୟକୁ ସାହାଯ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ଏହି ମହିଳା

ମହାରାଷ୍ଟ୍ରରେ ରେଲୁ ଭାସାଭେ ନାମକ ଜଣେ ମହିଳାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା ଆଉ ଆଲୋଚନା ହେଉଛି ରେଲୁ ଭାସାଭେ ପେଶାରେ ଜଣେ ଅଙ୍ଗନବାଡ଼ି କର୍ମୀ ସେ ପ୍ରତିଦିନ ୧୮କିଲୋମିଟର ପର୍ଯ୍ୟନ୍ତ ଡଙ୍ଗା ଚଲାଇ ୬ବର୍ଷ ପର୍ଯ୍ୟନ୍ତ ଶିଶୁ ଅନ୍ତସତ୍ତ୍ବା ମହିଳାଙ୍କ ଧ୍ୟାନ ରଖିବା ପାଇଁ ଗାଁକୁ ଗାଁ ଯାଇଥାଆନ୍ତି। ଏଥିସହିତ ସେ ଛୋଟଛୋଟ ପିଲାମାନଙ୍କୁ ପାଠ ବି ପଢ଼ାଇ ଥାଆନ୍ତି। ପ୍ରତିଦିନ ଏତେ ବାଟ ନିଜେ ଡଙ୍ଗା ଚଲାଇ ଯିବା କଷ୍ଟ ଲାଗିଥାଏ। କିନ୍ତୁ ଶିଶୁ ତା ମାକୁ ଭଲ ଖାଦ୍ୟ ମିଳିବା ବି ଅତି ଜରୁରୀ ଥିବା ସେ କହନ୍ତି ଟୁଇଟରରେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ବିଷୟରେ ଲେଖାଯିବା ପରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆମ ସରକାର ଏହି ଅଙ୍ଗନବାଡି କର୍ମୀଙ୍କୁ ଏକ ଛୋଟ ମଟର ବୋଟ ଦେଇ ପାରିବେ ନାହିଁ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହିଳାଙ୍କ ସଂଘର୍ଷ କାହାଣୀକୁ ମନ କି ବାତକାର୍ଯ୍ୟକ୍ରମରେ ସାମିଲ କରିବା ଉଚିତ ବୋଲି ଆଉ ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି କିଛିଦିନ ତଳେ ଆମ ରାଜ୍ୟର ମାଲକାନଗିରି ଜିଲାରୁ ଆସିଥିଲା ଏଭଳି ଦୃଶ୍ୟ ନିଜ ଜୀବନକୁ ବାଜି ଲଗାଇ ଭରା ନଦୀ ଅତିକ୍ରମ କରୁଥିଲେ ଅଙ୍ଗନବାଡି ଆଶାକର୍ମୀ ସେମାନଙ୍କ ସାହସ କର୍ତବ୍ୟ ନିଷ୍ଠା କୁ ଦେଖି ମହେନ୍ଦ୍ର କମ୍ପାନୀ ଏକ ମଟରଚାଳିତ ବୋଟ ଦେବା ଘୋଷଣା କରିଛନ୍ତି

25/11/2020

Leave a Reply

Your email address will not be published. Required fields are marked *

Comments