Bikash Khabar
ଗରିବ କଲ୍ୟାଣ ରୋଜଗାର ଯୋଜନା, ୮୫ ହଜାରରୁ ଅଧିକ ଜଳଅମଳ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି

କରୋନ ମହାମାରୀ ବ୍ୟାପିବା ପରେ ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକ ଏବଂ ସ୍ଥାନୀୟ କର୍ମଜୀବୀଙ୍କୁ ଜୀବିକା ଊପାର୍ଜନ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇଦେବା ନିମନ୍ତେ ଗରିବ କଲ୍ୟାଣ ରୋଜଗାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଉତ୍ତର ପ୍ରଦେଶ ଭଳି ଅଧିକ ଶ୍ରମିକ ବହୁଳ ଏବଂ ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ବେଶ୍ଦ୍ରୁତଗତିରେ ଆଗେଇ ଚାଲିଛି ଏସବୁ ରାଜ୍ୟର ମୋଟ ୧୧୬ଟି ଜିଲ୍ଲାରେ ଏହା ସଫଳତାର ସହ କାର୍ଯ୍ୟକାରୀ ହେବା ସହିତ ଗ୍ରାମବାସୀମାନଙ୍କୁ ରୋଜଗାର ଯୋଗାଇ ସଶକ୍ତ କରୁଛି ସୂଚନା ଅନୁସାରେ, ଏହି ଯୋଜନା କାର୍ଯ୍ୟକାରୀ ହେବାର ନବମ ସପ୍ତାହ ସୁଦ୍ଧା ୨୪ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇଛି ଏପର୍ଯ୍ୟନ୍ତ ଏହି ଯୋଜନାରେ ବିଭିନ୍ନ କାର୍ଯ୍ୟ ପାଇଁ ମୋଟ ୧୮,୮୮୬ କୋଟି ଟଙ୍କା ବ୍ୟୟ କରାଯାଇଛି ଏହି କାର୍ଯ୍ୟକ୍ରମରେ ଏସବୁ ଜିଲ୍ଲାରେ ବହୁ ସଂଖ୍ୟକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଏଥିମଧ୍ୟରେ ୮୫, ୭୮୬ଟି ଜଳଅମଳ ପ୍ରକଳ୍ପ, ,୬୩,୮୪୬ଟି ଗ୍ରାମାଞ୍ଚଳ ଘର, ୧୯,୩୯୭ ଗୁହାଳ, ୧୨,୭୯୮ ଚାଷ ପୋଖରୀ ଏବଂ ,୨୬୦ ଗୋଷ୍ଠୀ ଶୌଚାଳୟ ଅନ୍ତର୍ଭୁକ୍ତ

 

27/08/2020

Leave a Reply

Your email address will not be published. Required fields are marked *

Comments