Bikash Khabar
ଦେଶରେ ଦେଶରେ ରହିବ ମାତ୍ର ୫ ସରକାରୀ ବ୍ୟାଙ୍କ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ହ୍ରାସ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି। କିଛି ମାସ ତଳେ ୧୦ଟି ସରକାରୀ ବ୍ୟାଙ୍କର ମିଶ୍ରଣ କରି ଚାରିଟି ବଡ଼ ବ୍ୟାଙ୍କ ସୃଷ୍ଟି କରାଯାଇଥିଲା। ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ହ୍ରାସ ପାଇ ୧୨ରେ ପହଞ୍ଚିଛି। ଖୁବ୍ଶୀଘ୍ର ଏହି ସଂଖ୍ୟା ୫କୁ ହ୍ରାସ ପାଇବ ବୋଲି କୁହାଯାଉଛି। ଆଉ କିଛି ସରକାରୀ ବ୍ୟାଙ୍କର ଘରୋଇକରଣ କରିବା ଉପରେ ସରକାର ବିଚାର କରୁଛନ୍ତି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ଅଫ୍ଇଣ୍ଡିଆ, ସେଣ୍ଟ୍ରାଲ୍ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ୍ସିନ୍ଧ ବ୍ୟାଙ୍କର ଅଂଶଧନକୁ ବିକ୍ରି କରାଯିବ ବୋଲି କୁହାଯାଉଛି। ଫଳରେ ଏହି ବ୍ୟାଙ୍କଗୁଡ଼ିକର ଘରୋଇକରଣ ସୁବିଧାରେ କରାଯାଇପାରିବ। ଦେଶରେ ମାତ୍ର -୫ଟି ବଡ଼ ସରକାରୀ ବ୍ୟାଙ୍କ ରହିବ। ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଘରୋଇକରଣକୁ ନେଇ ସରକାର ଏକ ନୂଆ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। ବ୍ୟାଙ୍କ କ୍ଷେତ୍ରକୁ ନେଇ ସେଥିରେ ଏଭଳି ଯୋଜନା ରହିଛି। ଖୁବ୍ଶୀଘ୍ର ତାହାକୁ କ୍ୟାବିନେଟ୍ କମିଟିର ଅନୁମୋଦନ ଲାଗି ଉପସ୍ଥାପନ କରାଯିବ। ଅବଶ୍ୟ ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ମୁହଁ ଖୋଲୁନାହିଁ। ଏବେ ଦେଶରେ ଥିବା ୧୨ଟି ସରକାରୀ ବ୍ୟାଙ୍କ ରହିଛି। ସେଥିରୁ ଛଅଟି ବ୍ୟାଙ୍କକୁ ମିଶ୍ରଣ ଜରିଆରେ ଗଠନ କରାଯାଇଥିବା ବେଳେ ଅନ୍ୟ ଛଅଟି ସ୍ବାଧୀନ ସରକାରୀ ବ୍ୟାଙ୍କ ରହିଛି। ୨୦୧୦ ଅଗଷ୍ଟରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ସହିତ ଏହାର ସମସ୍ତ ସହଯୋଗୀ ବ୍ୟାଙ୍କ ଯଥା ଷ୍ଟେଟ୍ବ୍ୟାଙ୍କ ଅଫ୍ ବିକାନେର୍ ଆଣ୍ଡ ଜୟପୁର, ଷ୍ଟେଟ୍ବ୍ୟାଙ୍କ ଅଫ୍ ମହୀଶୂର, ଷ୍ଟେଟ୍ବ୍ୟାଙ୍କ ଅଫ୍ପଟିଆଲା, ଷ୍ଟେଟ୍ବ୍ୟାଙ୍କ ଅଫ୍ଟ୍ରାଭାଙ୍କୋର୍ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ କରାଯାଇଥିଲା। ୨୦୧୮ରେ ବ୍ୟାଙ୍କ ଅଫ୍ ବରୋଦା ସହ ବିଜୟା ବ୍ୟାଙ୍କ ଦେନା ବ୍ୟାଙ୍କର ମିଶ୍ରଣ ହୋଇଥିଲା। ଗତ ବର୍ଷ ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ଚାରିଟି ବଡ଼ ବ୍ୟାଙ୍କ ଗଠନ କରାଯାଇଛି। ଆହ୍ଲାବାଦ ବ୍ୟାଙ୍କ ସହ ଇଣ୍ଡିଆନ୍ ବ୍ୟାଙ୍କ; ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ଓରିଏଣ୍ଟାଲ୍ବ୍ୟାଙ୍କ ଅଫ୍କମର୍ସ ୟୁନାଇଟେଡ୍ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ୍ଅଫ୍ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ କର୍ପୋରେସନ୍ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ ହୋଇଛି।

22/07/2020

Leave a Reply

Your email address will not be published. Required fields are marked *

Comments