ନବକଳେବର ହେବ କର୍କଟ କେନ୍ଦ୍ର,ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରେ ହେବ ୫୦୦ ଶଯ୍ୟା
କଟକର ବିକାଶ ପାଇଁ ସରକାର ଅନେକ ନୂଆ ନୂଆ ଯୋଜନା ହାତକୁ ନେଉଥିବାବେଳେ କଟକ ବଡଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏସ୍ସିବି ସହିତ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନର ମଧ୍ୟ ନବକଳେବର ଓ ସଂପ୍ରସାରଣ କରାଯିବ।ଏ ସମ୍ପର୍କରେ ଶୁକ୍ରବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି ଏକ ସମୀକ୍ଷା ବୈଠକ । କର୍କଟ କେନ୍ଦ୍ରରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇ ୫୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ଶିଶୁଭବନରେ ମଧ୍ୟ ଅଧିକ ୩୦୦ ବେଡ୍ ବୃଦ୍ଧି ପାଇଁ ଯୋଜନା କରାଯାଇଛି।
05/12/2020