Bikash Khabar
ଲକ୍‌ଡାଉନ୍‌ରେ ହେବ ମଦ ର ହୋମ ଡେଲିଭେରି

 ଗତକାଲି ରାତି ୯ରୁ ଜୁଲାଇ ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଭୁବନେଶ୍ବର କଟକ ସମେତ ୪ଟି ଜିଲ୍ଲା ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକ୍ଡାଉନ୍କଟକଣା ଲାଗୁ ହୋଇଛି। ଏନେଇ ଗତକାଲି ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଆଜି ପୁଣି ସେଥିରେ କିଛିଟା ପରିବର୍ତ୍ତନ କରି ସ୍ବତନ୍ତ୍ର ରିଲିଫ୍କମିସନର ପ୍ରଦୀପ କୁମାର ଜେନା ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାଲାବନ୍ଦ ଦିନମାନଙ୍କରେ ସମସ୍ତ ପ୍ରକାର ମଦ ଦୋକାନ ଖୋଲି ହୋମ୍ଡେଲିଭରି କରାଯିବ। ଲକ୍ଡାଉନ୍ସମୟରେ ବିଦେଶୀ ମଦ ଯଥା ଆଇଏମ୍ଏଫ୍ଏଲ୍, ଦେଶୀ ମଦ ମହୁଲ ଆଦି ମଦକୁ ଠିପି ଖୋଲା ଠିପି ବନ୍ଦ ବ୍ୟବସାୟୀ ପୂର୍ବପରି ହୋମ୍ଡେଲିଭରି କରିପାରିବେ। କିନ୍ତୁ କୌଣସି ବି ପରିସ୍ଥିତିରେ ଲକ୍ଡାଉନ୍ଦିନମାନଙ୍କରେ ମଦ କାଉଣ୍ଟରରେ ବିକ୍ରି ହେବ ନାହିଁ। ସେହିପରି ଟେଲିକମ୍ ଇଣ୍ଟରନେଟ୍ସେବା ପ୍ରଦାନକାରୀ କମ୍ପାନି ସେମାନଙ୍କ ସେବା ପ୍ରଦାନ ପାଇଁ ସର୍ବନିମ୍ନ କର୍ମଚାରୀରେ କାର୍ଯ୍ୟ କରିବେ। କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନେ କମ୍ପାନି ଦେଇଥିବା ପରିଚୟ ପତ୍ର ପାଖରେ ରଖିବେ।

18/07/2020

Leave a Reply

Your email address will not be published. Required fields are marked *

Comments