Bikash Khabar
ରାଜ୍ୟରେ ହେଲା ତୃତୀୟ କାଡାଭରିକ୍ ପ୍ରତିରୋପଣ

 କଟକର ଏସସିବିରେ ଫେବ୍ରୁଆରି ମାସରେ ରାଜ୍ୟର ପ୍ରଥମ ଦ୍ବିତୀୟ କାଡାଭରିକ୍ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହେବା ପରେ ତୃତୀୟ କାଡାଭରିକ୍ ପ୍ରତିରୋପଣ କାମ ଆରମ୍ଭ ହୋଇଛି। ଆଜି ବିଜୁ ଜୟନ୍ତୀରେ ମାଗଣାରେ ଏହି କାଡାଭରିକ୍ ପ୍ରତିରୋପଣ କରାଯାଉଛି। ମୟୂରଭଞ୍ଜ ଜିଲ୍ଲାର ରୀତାରାଣୀ ମହାନ୍ତ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯିବା ଲାଗି ଉଭୟଙ୍କୁ ଅପରେସନ୍ ଥିଏଟର ଭିତରକୁ ନିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ବରର ହାଇଟେକ୍ ହସ୍ପିଟାଲରେ ରାଜଲକ୍ଷ୍ମୀ ଦାଶ ନାମ୍ନୀ ଜଣେ ମହିଳାଙ୍କୁ ବ୍ରେନ୍ଡେଡ୍ ଘୋଷଣା କରାଯିବା ପରେ ତାଙ୍କ ପରିବାରବର୍ଗ ଅଙ୍ଗଦାନ କରିବାକୁ ରାଜି ହୋଇଥିବାରୁ ତାଙ୍କର ଦୁଇଟି କିଡ୍ନିକୁ ଏସ୍ସିବି ମେଡିକାଲର ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହେଉଛି ଗୁରୁବାର ସକାଳେ ଏହି ପ୍ରତିରୋପଣ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି।ଏଥିପାଇଁ ଏସ୍ସିବିରୁ ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ ଆସିଷ୍ଟାଣ୍ଟ ପ୍ରଫେସର ସଂଜୟ ଚୌଧୁରୀ ୨ଜଣ ପିଜି ଛାତ୍ରଙ୍କୁ ନେଇ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍ହାଇଟେକ୍ରେ ପହଞ୍ଚି ଥିଲେ। ସେମାନେ ପ୍ରଥମେ ମୃତ ରାଜଲକ୍ଷ୍ମୀଙ୍କ ଶରୀରରୁ ୨ଟି କିଡ୍ନି ଅସ୍ତ୍ରୋପଚାର କରି ବାହାର କରିଥିଲେ। ଦୁଇଟି କିଡ୍ନି ମଧ୍ୟରୁ ଗୋଟିଏ ଏସ୍ସିବିର ରୀତାରାଣୀ ମହାନ୍ତ ଅନ୍ୟଟି ରତ୍ନାକର ମହାନ୍ତିଙ୍କୁ ପ୍ରଦାନ କରାଯିବ।

05/03/2020

Leave a Reply

Your email address will not be published. Required fields are marked *

Comments