Bikash Khabar
କୋଲକତା, ହଜାରେ ଫୁଟ ଉଚ୍ଚତାରୁ ପାଇଲଟ ବଞ୍ଚାଇଲେ ୧୭୬ ଜଣ ଯାତ୍ରୀଙ୍କ ଜୀବନ

  ଆକାଶ ମାର୍ଗରେ ହେଲା ହୃଦଘାତ । କେତେକ ପ୍ରମୁଖ ଧମନୀରେ ରକ୍ତ ପ୍ରବାହ ବନ୍ଦ ହୋଇଥିବା ସତ୍ୱେ ବି ଇମ୍ପାଲରୁ କୋଲକାତା ଆସୁଥିବା ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ଜଣେ ପାଇଲଟ ଯାତ୍ରୀ ଭରା ବିମାନକୁ ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଇ ପାରିଛନ୍ତି ।

କୋଲକାତା ବିମାନ ବନ୍ଦରରେ ଅବତରଣ କରିବାର କିଛି ସମୟ ପରେ କ୍ୟାପଟେନ୍ ସିଲଭିଓ ଡ଼ିୟାଜ ଏକୋଷ୍ଟା(୬୩) ନିଜ ସହାୟକ ପାଇଲଟକୁ ମୁଣ୍ଡରେ ଗଭୀର ଯନ୍ତ୍ରଣା ହେଉଥିବା କହିଥିଲେ । ତାଙ୍କର ପ୍ରବଳ ଝାଳ ବୋହୁଥିଲା । ତାଙ୍କର ଅବସ୍ଥା ଗୁରୁତର ହେବାରୁ ପାଖରେ ଥିବା ଚାର୍ନକ ହସପିଟାଲ ପଠାଇ ଦିଆଯାଇଥିଲା । ବିମାନରେ ପାଖାପାଖି ୧୭୬ ଜଣ ଯାତ୍ରୀ ଥିଲେ । ଏଭଳି ପରିସ୍ଥିତିରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇବା ଯାଦୁ ଠାରୁ କିଛି କମ୍ ନୁହେଁ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ଡା ସତ୍ୟଜିତ ସାମନ୍ତ । 

27/06/2018

Leave a Reply

Your email address will not be published. Required fields are marked *

Comments