Bikash Khabar
ପ୍ରତିଦିନ ପ୍ରତ୍ୟୁଷରେ ଏହି ଗାଁରେ ବାଜେ ଜାତୀୟ ସଂଗୀତ, ଘୋଷଣା ମାତ୍ରକେ ଗ୍ରାମବାସୀ ହୋଇଯାଆନ୍ତି ସଚେତିତ

  ଛତିଶଗଡ଼ ଗରିୟାବନ୍ଧ ଜିଲ୍ଲାର ଶ୍ୟାମନଗର ଗ୍ରାମ ଏକ ନିଆରା ଉଦାହରଣ ପାଇଁ ଚର୍ଚ୍ଚାରେ ରହିଛି । ପ୍ରତିଦିନ ସକାଳ ହେବା ମାତ୍ରେ ଏହି ଗାଁରୁ ଶୁଭେ ଜାତୀୟ ସଂଗୀତର ଧୁନ । ନିୟମିତ ଭାବେ ସକାଳ ୮.୫୯ ମିନିଟ ସମୟରେ ଏହି ଗାଁରୁ ଦୂର ଦୂର ଯାଏ ଶୁଭେ ଜାତୀୟ ସଂଗୀତ । ଭିନ୍ନ ଭିନ୍ନ ଯାଗାରେ ୨୦ଟି ଲାଉଡ଼ ସ୍ପିକରେ ଲଗାଯାଇଛି । ଜାତୀୟ ସଂଗୀତ ଗାନ ପୂର୍ବରୁ ଲାଉଡ଼ ସ୍ପିକର ଘୋଷଣା କରାଯାଏ ।

ଘୋଷଣା ଶୁଣିବା ମାତ୍ରେ ଘରେ ଥିବା ଗୃହୀଣି ଓ କ୍ଷେତରେ ଥିବା ଚାଷୀ ଯିଏ ଯେଉଁଠି ଯେଉଁ ପରିସ୍ଥିତିରେ ଥିଲେ ସୁଦ୍ଧା ସାବଧାନ ମୁଦ୍ରାରେ ଠିଆ ହୋଇରହନ୍ତି । ଏବେ ଏହା ଲୋକଙ୍କ ଅଭ୍ୟାସରେ ପଡ଼ିଯାଇଛି ।

ପଦଚାରୀ ଠାରୁ ଶ୍ରମଜୀବି ଯାଏ ଜାତୀୟ ସଂଗୀତ ବାଜି ଉଠିବା ମାତ୍ରକେ ୫୨ ସେକେଣ୍ଡ ପାଇଁ କାମ ବନ୍ଦ କରି ଠିଆ ହୋଇଯାଆନ୍ତି । ରାଜ୍ୟ ରାଜଧାନୀ ରାୟପୁର ଠାରୁ ୬୦ କିମି ଦୂରରେ ଥିବା ଏହି ଶ୍ୟାମନଗର ଗାଁରେ ଲୋକେ ଚାନ୍ଦା ସଂଗ୍ରହ କରି ୨୦ଟି ଡ଼ାକବାଜି ଯନ୍ତ୍ର ଲଗାଇ ଏଭଳି ଦେଶ ପାଇଁ ସମ୍ମାନବୋଧ ଭାବନାକୁ ତାଜା କରି ରଖନ୍ତି । 

09/08/2018

Leave a Reply

Your email address will not be published. Required fields are marked *

Comments