ବିଶ୍ୱର ପ୍ରତିଷ୍ଠିତ ପତ୍ରିକା ଟାଇମ ୨୦୨୦କୁ ଏକ ଖରାପ ବର୍ଷ ଭାବେ ଚିହ୍ନିତ କରିଛି । ପତ୍ରିକା ତାର ମୂଖ୍ୟ ପୃଷ୍ଠାରେ ୨୦୨୦ ଲେଖି ନାଲି ରଙ୍ଗର ଛକି ଚିହ୍ନ ମାରିଛି । ସେହିପରି ଆମେରିକା ସଭାପତି ଜୋ ବାଇଡେନ ଓ ଉପ ସଭାପତି କମଳା ହ୍ୟାରିସଙ୍କୁ ବର୍ଷର ଶ୍ରେଷ୍ଠ ବ୍ୟକ୍ତି ଭାବେ ବଛାଯାଇଛି । ୯୩ ବର୍ଷ ମଧ୍ୟରେ ଟାଇମ ୫ଥର ଏ ଭଳି ରେଡ କ୍ରସ ପ୍ରଛଦ ପୃଷ୍ଠାରେ ସ୍ଥାନିତ କରିଛି । ପୂର୍ବରୁ ୧୯୭୫ରେ ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଏଡଲଫ ହିଟଲଙ୍କର ମୃତ୍ୟୁ ପରେ ପ୍ରଥମେ ଏଭଳି ନାଲି ଛକି ମାରିଥିଲା ଟାଇମ , ଏହାର ବହୁ ବର୍ଷ ପରେ ଅର୍ଥାତ ୨୦୦୬ରେ ଇରାକ ଯୁଦ୍ଧସମୟରେ ପୁଣି ଠାରେ ଟାଇମ ର ପ୍ରଛଦ ପୃଷ୍ଠାରେ ଏଭଳି ଛକି ଦେଖିବାକୁ ମିଳିଥିଲା ,ତା ପରେ ଅବୁ ମୌସୁମ ଅଲ ଜରକାବିଙ୍କ ହତ୍ୟା, ଓସାମା ବିନ ଲାଡେନଙ୍କ ହତ୍ୟା ପରେ ଏହି ରେଡ କ୍ରସ ଦେଇଥିଲା । କରୋନା ମହାମାରୀଠାରୁ ବିଭିନ୍ନ ଦୃଷ୍ଟିକୋଣ ବିଚାରକୁ ନେଇ ପତ୍ରିକା ଏହି ଚିହ୍ନଟ କରିଛି । କରୋନା ମହାମାରୀ କୁ ନେଇ ୨୦୨୦ ଆରମ୍ଭରୁ ସାରା ବିଶ୍ୱ ସାମାଜିକ,ଆର୍ଥିକ,ସାଂସ୍କୃତିକ ସମସ୍ୟା କୁ ସାମ୍ନା କରୁଛି ।
12/12/2020