Bikash Khabar
ଆଜି ଭୋଟରଙ୍କ ଦିନ, ୨୦ ରାଜ୍ୟରେ ୯୧ ଲୋକସଭା ପାଇଁ ହେଲା ମତଦାନ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ୯୧ଟି ଆସନ ଅର୍ଥାତ ୧୭ ପ୍ରତିଶତ ଆସନର ଭବିଷ୍ୟତ ଗୁରୁବାର ମତଦାତା ମାନେ ନିର୍ଦ୍ଧାରଣ କରିଛନ୍ତି । ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ସିକ୍କିମ, ଅରୁଣାଚଳପ୍ରଦେଶ ଏବଂ ଓଡ଼ିଶାରେ ବିଧାନସଭା ପାଇଁ ମତଦାନ ହୋଇଛି । ଏହି ପର୍ଯ୍ୟାୟରେ ସବୁଠୁ ବଡ଼ ପଲିଟିକାଲ ଗେମ୍ ପ୍ଲାନ ଦକ୍ଷିଣରେ ସ୍ଥିର ହୋଇଛି । ଦକ୍ଷିଣରୁ ସଫଳତା ସାଉଁଟିବା ଉଭୟ କଂଗ୍ରେସ ଓ ବିଜେପି ପାଇଁ ସଂଘର୍ଷ ପୂର୍ଣ୍ଣ ହୋଇଛି ।

୨୦ ରାଜ୍ୟର ୯୧ ଆସନ ପାଇଁ ଗୁରୁବାର ହୋଇଥିବା ମତଦାନରେ ୧୨୭୯ ପ୍ରାର୍ଥିଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି । ଏଥିରେ ୮୯ ଜଣ ମହିଳା ପ୍ରାର୍ଥିଙ୍କ ଭାଗ୍ୟ ମଧ୍ୟ ଇଭିଏମରେ ବନ୍ଦ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୯୧ ଆସନ ମଧ୍ୟରୁ ୩୭ ଆସନ ଏପରି ଯେଉଁଠୁ ପ୍ରତିଦ୍ୱନ୍ଦୀତା କରୁଥିବା ତିନିରୁ ଅଧିକ ପ୍ରାର୍ଥିଙ୍କ ନାମରେ ଅପରାଧିକ ମାମଲା ରହିଛି । ଏହାକୁ ରେଡ଼ ଆଲର୍ଟ ଆସନ ଭାବେ ପ୍ରଶାସନ ଘୋଷଣା କରିଛି । ୪୨ ପ୍ରତିଶତ ପ୍ରାର୍ଥିଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବାବେଳେ ୪୯ ପ୍ରତିଶତ ପ୍ରାର୍ଥି ସ୍ନାତକ ବା ଏହାଠାରୁ ଅଧିକ ପଢିଛନ୍ତି । ୧୭୪ ଜଣ ପ୍ରାର୍ଥିଙ୍କ ବୟସ ୬୦ କିମ୍ବା ଏହା ଠାରୁ ଅଧିକ ଥିବା ଜଣାଯାଇଛି ।

11/04/2019

Leave a Reply

Your email address will not be published. Required fields are marked *

Comments