Bikash Khabar
ଆଜି ସମ୍ବିଧାନ ଦିବସ ;ସାମାଜିକ ଉତ୍ସବ ରେ ପରିଣତ ପାଇଁ ଆହ୍ବାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଦେଇଛି ତେଣୁ  'ସମ୍ବିଧାନ ଦିବସ'କୁ ଏକ ଉତ୍ସବ ଭାବରେ ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର ଭୁବନେଶ୍ୱର ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା, ସମାଜସେବୀ ତଥା ଭାରତରତ୍ନ ଡା ବି.ଆର୍ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେ କହିଛନ୍ତି ଯେ ଆଜି ସବୁ ଭାରତୀୟଙ୍କ ପାଇଁ ଗୌରବର ଦିନ ୭୧ ବର୍ଷ ପୂର୍ବେ ତଥା ଦେଶ ସ୍ୱାଧୀନତା ପାଇବାର ପରବର୍ତୀ ସମୟରେ ଆଜିର ଦିନରେ 'ସମ୍ବିଧାନ ସଭା' ଦ୍ୱାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ଗ୍ରହଣ କରିବା ପରେ ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ନାମିତ କରିଥିଲେ ଶତାବ୍ଦୀ ଶତାବ୍ଦୀ ଧରି ମୋଗଲ ସମ୍ରାଟ ଠାରୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଆମ ଦେଶର ନାଗରିକ ମାନେ ଲଢ଼େଇ କରି ଆସୁଥିଲେ ଦେଶ ସ୍ୱାଧୀନତା ପରେ ଆମକୁ ଆମ ଢ଼ାଂଚାରେ ଶାସନ ଚଲାଇବା ପାଇଁ ଏହି ସମ୍ବିଧାନ ହିଁ ମାନ୍ୟତା ଦେଇଛି ଭାରତୀୟ ଜନତା ପାର୍ଟି ଏହି ସମ୍ବିଧାନ ଦିବସକୁ ସାମାଜିକ ଉତ୍ସବ ଭାବରେ ପାଳନ କରି ଡା. ଆମ୍ବେଦକରଙ୍କ ପ୍ରତି ଥିବା ସମ୍ମାନର ଅଙ୍ଗିକାରବଦ୍ଧତାକୁ ଦର୍ଶାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

 

26/11/2020

Leave a Reply

Your email address will not be published. Required fields are marked *

Comments